Latest Odisha News

ବାଣ ବ୍ୟବହାର ଓ ବିକ୍ରି ନେଇ ଏସଆରସିଙ୍କ ଗାଇଡଲାଇନ୍

ଭୁବନେଶ୍ବର : ଦୀପାବଳିରେ ଫୁଟିବ ସବୁଜ ବାଣ । ଏନେଇ ଆଜି ଅନୁମତି ଦେଇଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ । କୋର୍ଟଙ୍କ ଅନୁମତି ପରେ ଏବେ ବାଣ ଫୁଟାଇବା ଓ ବିକ୍ରି ନେଇ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଦୀପାବଳି, ଛଟ୍, କାର୍ତ୍ତିକ ପୂର୍ଣ୍ଣିମା ବେଳେ ବାଣ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ଏସଆରସି । କେବଳ ସବୁଜ ବାଣ ବିକ୍ରି ଓ ବ୍ୟବହାର ପାଇଁ ଅନୁମତି ମିଳିଛି । ଦୀପାବଳିରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇାକୁ ଅନୁମତି ଦିଆଯାଇଛି । ନିର୍ଦ୍ଧାରିତ ସମୟ ବାହାରେ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

ସବୁଜ ବାଣ ବ୍ୟତୀତ ଅନ୍ୟ କୌଣସି ବାଣ ବିକ୍ରି ଓ ବ୍ୟବହାରକୁ ବାରଣ କରାଯାଇଛି । କେବଳ ସ୍ବୀକୃତିପ୍ରାପ୍ତ ବ୍ୟବସାୟୀ ହିଁ ସବୁଜ ବାଣ ବିକ୍ରି କରିପାରିବେ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । ପେଟ୍ରୋଲିୟମ୍‌ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ ବା (PESO) ପକ୍ଷରୁ ଚିହ୍ନଟ ସବୁଜ ବାଣ ବିକ୍ରି ଓ ବ୍ୟବହାର କରାଯାଇପାରିବ ବୋଲି ହାଇକୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ।

Comments are closed.