Latest Odisha News

BREAKING NEWS

[ଭିଡ଼ିଓ] ମୁଁ ବି ସକ୍ଷମ. . .ବଡ଼ ଦାଣ୍ଡରେ ଖଟି ଖାଇ ବଞ୍ଚିବି

ପୁରୀ  : ପ୍ରତିକୂଳ ପରିସ୍ଥିତିରେ ବି ନିଜକୁ ସୁଦୃଢ କରିଛନ୍ତି । ସବୁ ଘାତ ପ୍ରତିଘାତ ସହି ଆଗକୁ ବଢିଛନ୍ତି । ଦୃଷ୍ଟି ଶକ୍ତି ହରାଇବା ପରେ ବି ହାର ମାନିନାହାନ୍ତି । ନିଜ ପରିବାର ପାଇଁ ନିଜ ଗୋଡରେ ନିଜେ ଛିଡା ହୋଇ ସକ୍ଷମ ହୋଇପାରିଛନ୍ତି । ଏ ହେଉଛନ୍ତି ବ୍ରହ୍ମପୁର ହୁଗୁଳାପଟା ଅଞ୍ଚଳର ମିଟୁ ସ୍ବାଇଁ । ଦୀର୍ଘ ୪ ବର୍ଷ ହେବ ସେ ପୁରୀ ଆସି ଶ୍ରୀମନ୍ଦିର ନିକଟରେ ବାଦାମ ବିକ୍ରି କରି ନିଜର ପରିବାର ଚଳାଉଛନ୍ତି ।

ପିଲାବେଳୁ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ଦୃଷ୍ଟି ଶକ୍ତି ହରାଇଛନ୍ତି । ମହାପ୍ରଭୁଙ୍କ ମୁଖ ମଣ୍ଡଳ ଦେଖିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରିନଥିଲେ ମଧ୍ୟ ସେ କିନ୍ତୁ ଏଥିରେ ହତୋତ୍ସାହିତ ହୋଇନାହାନ୍ତି । ମହାପ୍ରଭୁଙ୍କ ଉପରେ ଗଭୀର ବିଶ୍ବାସ ରଖି ଛୋଟିଆ ବ୍ୟବସାୟଟିଏ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ।

ତେବେ ସବୁଠାରୁ ବଡ କଥା ହେଉଛି ଆର୍ଥିକ ଅନଟନ ସତ୍ତ୍ବେ ସେ କେବେ ଭିକ୍ଷା ବୃତ୍ତିକୁ ଆବୋରି ନାହାନ୍ତି । ବାଦାମ ବିକ୍ରି କରି ସ୍ବଳ୍ପ ରୋଜଗାର ଥିଲେ ମଧ୍ୟ ଏହା ଏକ ସମ୍ମାନଜନକ କାର୍ଯ୍ୟ ସହ ଏଥିରେ ତାଙ୍କ ପରିବାର ଚଳିଯାଏ ବୋଲି ମିଟୁ ସ୍ବାଇଁ କହିଛନ୍ତି ।

ମହାପ୍ରଭୁଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ ରଖି କାର୍ଯ୍ୟ କଲେ ସବୁକିଛି ସମ୍ଭବ ହୋଇପାରିବ ବୋଲି ମିଟୁ କହିଛନ୍ତି ।

 

 

 

 

 

Leave A Reply

Your email address will not be published.