Latest Odisha News

ଏପ୍ରିଲ୍ ୧୬ରୁ ହ୍ରାସ ପାଇବ ଖରାର ପ୍ରକୋପ

ଭୁବନେଶ୍ୱର : ସାମୁଦ୍ରିକ ପବନର ଗତି ବଢ଼ିବା ଯୋଗୁଁ ତଥା ପବନର ଦିଗର ପରିବର୍ତନ ଫଳରେ ଓଡ଼ିଶାରେ ଖରାର ପ୍ରକୋପ ଏପ୍ରିଲ୍ ୧୬ ତାରିଖ ଠାରୁ କମିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗତ କିଛି ଦିନ ଧରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଦିନର ତାପମାତ୍ରା ୪୨ ଡିଗ୍ରୀରୁ ସେଲସିଅସରୁ ଅଧିକ ରହିଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଥିଲା ।

ଏହାର ପ୍ରଭାବରେ ମଙ୍ଗଳବାର ଠାରୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିଅସ ହ୍ରାସ ପାଇବ ଏବଂ ଏହି ପ୍ରକ୍ରିୟା ଏପ୍ରିଲ୍ ୨୧ ତାରିଖ ଯାଏ ଜାରି ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ସୂଚନା ପ୍ରଦାନ କରିଛନ୍ତି ।

ଆହୁରି ମଧ୍ୟ ଓଡ଼ିଶାର ଉପକୂଳବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଏପ୍ରିଲ୍ ୧୬, ୧୮ ଓ ୧୯ ତାରିଖରେ କାଳବୈଶାଖୀ ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

ତେବେ ଏପ୍ରିଲ ୨୨ ତାରିଖ ପରଠାରୁ ପୁନର୍ବାର ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଡ. ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.