Latest Odisha News

BREAKING NEWS

ମହାକାଳୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ପୂଜା ଗତକାଲିଠାରୁ ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ଦିନରେ ମା’ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମାଆ ଭଦ୍ରକାଳୀ ସବୁଦିନ ଶାନ୍ତ ସ୍ୱରୂପଭାବେ ଦର୍ଶନ ଦେଉଥିବାବେଳେ ଆଜି ଉଗ୍ରରୂପ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି।

ଧରାପୃଷ୍ଠରୁ ଶତ୍ରୁମାନଙ୍କୁ ସଂହାର କରିବା ପାଇଁ ମାଆ ଭଦ୍ରକାଳୀ ଏହି ବେଶ ଧାରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ସପ୍ତମାତୃକା ବେଶରେ ସାତ ଦିନରେ ସାତଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

Comments are closed.