ନୂଆଦିଲ୍ଲୀ: ଉହାନରେ କୋଭିଡ-୧୯ ଉପରେ ଚୀନ୍ର ପ୍ରାରମ୍ଭିକ ପ୍ରତିକ୍ରିୟା ବିଷୟରେ କଭରେଜ ପାଇଁ ଜଣେ ସାମ୍ବାଦିକଙ୍କୁ ଜେଲ୍ ଦଣ୍ଡ ମିଳିଥିଲା। ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ପରିବାର ପକ୍ଷରୁ କୁହାଯାଇଛି। ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ତାଙ୍କ ପରିବାର ଲୋକ କହିଛନ୍ତି।
ପୂର୍ବତନ ଓକିଲ ତଥା ୩୮ ବର୍ଷୀୟ ଝାଙ୍ଗ୍ ଜାନଙ୍କୁ, ଫେବୃଆରୀ ୨୦୨୦ରେ ଉହାନ ଯାଇ ମହାମାରୀର ଉତ୍ପତ୍ତି ସମ୍ପର୍କରେ ରିପୋର୍ଟ କରିଥିଲେ।
ମେ ୨୦୨୦ ରେ ତାଙ୍କୁ ଅଟକ ରଖାଯାଇଥିଲା ଏବଂ ଡିସେମ୍ବରରେ ତାଙ୍କୁ ଚାରି ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ତାଙ୍କ ଓଜନ ଅତ୍ୟଧିକ ପରିମାରଣରେ ହ୍ରାସ ହୋଇଯିବାରୁ ସେ “ଅଧିକ ଦିନ ବଞ୍ଚିପାରିବେ ନାହିଁ” ବୋଲି ତାଙ୍କ ଭାଇ କହିଥିଲେ।
Comments are closed.