Latest Odisha News

ଶସ୍ତା ହେବ ଖାଇବା ତେଲ ଦର, ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର

ଦିଲ୍ଲୀ : ଖାଉଟିଙ୍କ ପାଇଁ ଖୁସି ଖବର । ଶସ୍ତା ହେବ ଖାଇବା ତେଲ ଦର। ପ୍ରଥମେ ପଟ୍ରୋଲ ଡିଜେଲ ପରେ ଏବେ ଖାଇବା ତେଲର ଦର ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଥିବା ବେଳେ ଏବେ କେନ୍ଦ୍ର ସରକାର ତେଲ ଦର ହ୍ରାସ କରିଛନ୍ତି ।ପାମୋଲିନ, ସୋୟାବିନ୍ ,ସୂର୍ଯ୍ୟମୂଖୀ ଓ ପାମ୍ ତେଲରୁ କେନ୍ଦ୍ର ସରକାର  ୫ ପ୍ରତିଶତ ଶୁଳ୍କ ହ୍ରାସ କରିଛନ୍ତି।

ବିଭିନ୍ନ ତେଲର ଦର ଲିଟର ପିଛା ୪ ଟଙ୍କାରୁ ୭ ଟଙ୍କା ମଧ୍ୟରେ କମିବ ବୋଲି ଜଣାପଡ଼ିଛି । ଶୁଳ୍କ ହ୍ରାସ ହେବା ଫଳରେ ଖାଉଟି ଟିକିଏ ଆସ୍ୱସ୍ତି ଅନୁଭବ କରିବେ । ଏହା ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦାମ ୫ ରୁ ୧୦ ଟଙ୍କା ହ୍ରାସ କରିଥିଲେ। ଓଡ଼ିଶା ସରକାର ମଧ୍ୟ ପେଟ୍ରୋଲ ଉପରୁ ୩ ଟଙ୍କା ଭାଟ ହ୍ରାସ କରିଛନ୍ତି।

Comments are closed.