Latest Odisha News

BREAKING NEWS

ଇସ୍ତଫା ପତ୍ର ପ୍ରତ୍ୟାହାର କରିବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସିଦ୍ଧୁ

ଚଣ୍ଡୀଗଡ: କଂଗ୍ରେସ ସଭାପତି ପଦରୁ ଦେଇଥିବା ଇସ୍ତଫା ପ୍ରତ୍ୟାହାର କରିଛନ୍ତି ପଞ୍ଜାବ ନେତା ନଭଜୋତ ସିଂ ସିଦ୍ଧୁ । ସବୁ କିଛି ଠିକ ଠାକ ହୋଇ ଯାଇଥିବ ବୋଲି ଆଶା କରାଯାଉଥିବା ବେଳେ ଇସ୍ତଫା ପରେ ପରେ ସିଦ୍ଧୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଟାର୍ଗେଟ କରିଛନ୍ତି । ଫଳରେ ପଞ୍ଜାବ ରାଜନୀତି ସରଗରମ ହୋଇ ଉଠିଛି । ଚନ୍ନିଙ୍କ ସହ ମୋର କୌଣସି ମତଭେଦ ନାହିଁ । ନୂତନ ଆଟର୍ଣ୍ଣି ଜେନେରାଲଙ୍କ ନିଯୁକ୍ତି ପରେ ମୁଁ ମୋ କାର୍ଯ୍ୟ ଆରମ୍ଭ କରିବି । ରାଜ୍ୟ ପାଇଁ ମୋ ମୁହଁ ଖୋଲୁଛି ବୋଲି ସେ କହିଛନ୍ତି ।

ପୂର୍ବ ମୁଖ୍ୟମନ୍ତ୍ରୀ କ୍ୟାପେଟନ ଅମରିନ୍ଦର ସିଂ ସମସ୍ତ କ୍ଷମତା ନିଜ ପାଖରେ ରଖିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ । ଡ୍ରଗ୍ସ ଏବଂ ଅନ୍ୟ ପ୍ରସଙ୍ଗରେ ଚନ୍ନି ତାଙ୍କ କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି ସିଦ୍ଧୁ କହିଛନ୍ତି ।

Leave A Reply

Your email address will not be published.