Latest Odisha News

BREAKING NEWS

ଅପହୃତ ୫ଜଣ ଆଦିବାସୀଙ୍କୁ ମୁକ୍ତ କଲା ଲାଲବାହିନୀ

ମାଲକାନଗିରି: ପୋଲିସ ଇନଫର୍ମର ସନ୍ଦେହରେ ଅପହୃତ ୫ଜଣ ଆଦିବାସୀଙ୍କୁ ମୁକ୍ତ କଲା ଲାଲବାହିନୀ। ମୁକ୍ତ ହେଲା ପରେ ସେମାନେ ନିଜ ଗ୍ରାମ ବାଟେରଠାରେ ପହଞ୍ଚିଥିଲେ।

ସୂଚନା ଅନୁସାରେ, ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲା କଣ୍ଟା ଥାନା ଅନ୍ତର୍ଗତ ବାଟେର ଗ୍ରାମର ୫ଜଣ ଆଦିବାସୀଙ୍କୁ ଲାଲବାହିନୀ ପୋଲିସ ଇନଫର୍ମର ସନ୍ଦେହରେ ଅପହରଣ କରିନେଇଥିଲେ। ଅପହୃତ ଆଦିବାସୀଙ୍କୁ ମୁକ୍ତ କରିବା ପାଇଁ ସର୍ବ ଆଦିବାସୀ ସମାଜ ମାଓବାଦୀଙ୍କୁ ଅନୁରୋଧ କରିଥିଲେ।

ସର୍ବ ଆଦିବାସୀ ସମାଜର ନିବେଦନକୁ ଗୁରୁତ୍ୱ ଦେଇ ଆଜି ସକାଳେ ଲାଲବାହିନୀ ସମସ୍ତ ଅପହୃତଙ୍କୁ ମୁକ୍ତ କରିଛି। ଦୁଇଜଣ ଆଦିବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି।

Comments are closed.