Latest Odisha News

BREAKING NEWS

୯୬ ଦେଶରେ କୋଭାକ୍ସିନ ଏବଂ କୋଭିଶିଲ୍ଡ ମିଳିଛି ସ୍ୱୀକୃତି

ନୂଆଦିଲ୍ଲୀ: ଭାରତୀୟ କରୋନା ଟିକା ସମଗ୍ର ବିଶ୍ୱରେ  ମଙ୍ଗଳଏହାର ପ୍ରଭାବ ବିସ୍ତାର କରିଚାଲିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ ବିଶ୍ୱର ୯୬ ଟି ଦେଶ ଭାରତୀୟ ଟିକା କୋଭାକ୍ସିନ ଏବଂ କୋଭିଶିଲ୍ଡକୁ ସ୍ୱୀକୃତି ଦେଇଛନ୍ତି। ଏହା ବ୍ୟତୀତ ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଉଭୟ କୋଭିଡ-୧୯ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ମଧ୍ୟ ମିଳିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ, “ହୁ ବର୍ତ୍ତମାନ ପର୍ଯ୍ୟନ୍ତ EUL ରେ ଆଠଟି ଟିକା ଅନ୍ତର୍ଭୁକ୍ତ କରିଛି। ଆମେ ଖୁସି ଯେ ଏଥି ମଧ୍ୟରୁ ଦୁଇଟି ଭାରତୀୟ ଟିକା – କୋଭାକ୍ସିନ ଏବଂ କୋଭିଶିଲ୍ଡ। ବିଶ୍ବର ୯୬ଟି ଦେଶ ଏହି ଟିକାକୁ ସ୍ୱୀକୃତି ଦେଇଛନ୍ତି।”

ଉଭୟ ଟିକାକୁ ସ୍ୱୀକୃତି ଦେଇଥିବା ୯୬ ଟି ଦେଶ ମଧ୍ୟରେ କାନାଡା, ଆମେରିକା, ଅଷ୍ଟ୍ରେଲିଆ, ସ୍ପେନ୍, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ବେଲଜିୟମ, ଋଷିଆ ଏବଂ ସ୍ୱିଜରଲ୍ୟାଣ୍ଡ ରହିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ୧୦୯ କୋଟିରୁ ଅଧିକ ଟିକାକରଣ ସରିଲାଣି।

Comments are closed.