Latest Odisha News

BREAKING NEWS

ଛଟ୍ ପୂଜା ସାରି ଫେରିବାବେଳେ ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା ,୧୦ ମୃତ

ଆସାମ : ଆସାମରେ ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତଗାମୀ ଟ୍ରକ ସହ ଅଟୋ ଧକ୍କା ହେବାରୁ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆସାମ-ତ୍ରୀପୁରା ନିକଟବର୍ତ୍ତୀ କରିମଗଞ୍ଜ ଜିଲ୍ଲା ପଥରଖଣ୍ଡି ଥାନା ଅନ୍ତର୍ଗତ ବୈଠକଖାଲି ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଛି ।

ଲୋକମାନେ ଛଟ ପୂଜା ସାରି ଅଟୋରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।ଅନ୍ୟପଟେ ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟପିଲା ଅଛନ୍ତି।ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ଡାକ୍ତରଖାନା ନେବା ସମୟରେ ବାଟର ତାଙ୍କର ମୃତ୍ୟୁ ହୋଇଯାଇଛି।

ସୂଚନା ଅନୁସାରେ ମୃତବ୍ୟକ୍ତି ମାନଙ୍କ ମଧ୍ୟରେ ୫ ଜଣ ମହିଳା ୩ ଜଣ ପୁରୁଷ ଓ ୨ ଜଣ ପିଲା ଅଛନ୍ତି। ଅନ୍ୟପଟେ ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଗାଡି ଦ୍ରୁତ ଗତିରେ ଚାଲୁଥିବାରୁ ଏପରି ଦୁର୍ଘଟଣା ଘଟିଥିଲା।

Leave A Reply

Your email address will not be published.