Latest Odisha News

BREAKING NEWS

ହାତୀ ଉପଦ୍ରବର ପ୍ରତିକାର ଓ କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

ସୋନପୁର: ବଢ଼ୁଛି ହାତୀ ଉପଦ୍ରବ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ହାତୀ ଉପଦ୍ରବର ପ୍ରତିକାର ଓ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ। ଏନେଇ ଝାରବାହାଲି ଛକରେ ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ।

ସୂଚନା ଅନୁସାରେ, କିଛି ଦିନ ହେଲା ଉଲୁଣ୍ଡା ରେଞ୍ଜ ଅଞ୍ଚଳରେ ୩୪ଗୋଟି ହାତୀପଲ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଉଲୁଣ୍ଡା ରେଞ୍ଜର ଝାରବାହାଲି, ମାଙ୍କଡ଼ବାହାଲ, ପାତ୍ରପାଲି ଆଦି ଗାଁରେ ହାତୀପଲ ଧାନଫସଲ ନଷ୍ଟ କରୁଛନ୍ତି। ସନ୍ଧ୍ୟା ହେଲେ ଧାନ ବିଲକୁ ଆସି ଅମଳ ପୂର୍ବରୁ ଚାଷୀଙ୍କ ଧାନ ଖାଇ ନଷ୍ଟ କରିଦେଉଛନ୍ତି।

ଚାଷୀମାନେ ବନ ବିଭାଗ ନିକଟରେ ହାତୀ ଉପଦ୍ରବର ପ୍ରତିକାର ଓ କ୍ଷତିପୂରଣ ଦାବି କରି ନିରାଶ ହେଲାପରେ ରାସ୍ତାରୋକ କରିଛନ୍ତି। ରାସ୍ତାରୋକ ଫଳରେ ସୋନପୁର-ସମ୍ବଲପୁର ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।

Leave A Reply

Your email address will not be published.