Latest Odisha News

୨୦୦ କୋଟି ଛୁଇଁବ ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ଅଭିନୀତ ‘ସୂର୍ଯ୍ୟବଂଶୀ’ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିବାରେ ଲାଗିଛି। ଷ୍ଟାର୍‌କାଷ୍ଟଙ୍କ ଚମତ୍କାର ପ୍ରଦର୍ଶନ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଛି। ଏଥିରେ ଅକ୍ଷୟ କୁମାରଙ୍କ ସହ କାଟ୍ରିନା, ରଣବୀର ସିଂ ଏବଂ ଅଜୟ ଦେବଗନଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଛି।

ପ୍ରଶଂସକମାନେ ‘ସୂର୍ଯ୍ୟବଂଶୀ’ ଦେଖିବା ପାଇଁ ଉତ୍ସାହର ସହିତ ପ୍ରେକ୍ଷାଳୟକୁ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି। ଯାହା ବର୍ତ୍ତମାନ ୨୦୦ କୋଟି ଟଙ୍କାର କ୍ଲବ୍‌ରେ ପହଞ୍ଚିଲାଣି। ରୋହିତ ଶେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସରେ ହିଟ୍‌ ହୋଇଛି।

କରୋନା ମହାମାରୀ ସମୟରେ ମଧ୍ୟ ‘ସୂର୍ଯ୍ୟବଂଶୀ’ ବେଶ୍‌ ସଫଳତା ଲାଭ କରିଛି। ୭ ଦିନରେ, ଫିଲ୍ମର ବକ୍ସ ଅଫିସ୍‌ରେ ୧୭୪.୬୫ କୋଟି ଟଙ୍କା ସଂଗ୍ରହ କରିପାରିଛି। ଆଉ କିଛିଦିନରେ ଫିଲ୍ମ ୨୦୦ କୋଟି ଅତିକ୍ରମ କରିପାରେ ବୋଲି ଆଶା କରାଯାଉଛି।

Comments are closed.