Latest Odisha News

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ସୁରକ୍ଷା ବାହିନୀ ସହ ମୁକାବିଲାରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଡ଼ବଲ ଏନକାଉଣ୍ଟର। ଶ୍ରୀନଗର ଏବଂ କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ଆତଙ୍କବାଦୀଙ୍କ ମୁକାବିଲା ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ବମିନା ଅଞ୍ଚଳର ହାମଦାନିଆ କଲୋନୀ ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା। କାଶ୍ମୀର ଡ଼ିଭିଜନାଲ ପୋଲିସ ଏହାର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ କହିଛନ୍ତି ଯେ, ଏହି ଏନକାଉଣ୍ଟରରେ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି।

ସର୍ଚ୍ଚ ଅପରେସନ ଚାଲିଥିବାବେଳେ କିଛି ଗୁଳି ସହିତ ଏକ ଇଳ ରାଇଫଲ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ମିଳିଛି। ମୁଜାହିଦ୍ଦିନ ଗଜୱାଟୁଲ ହିନ୍ଦ ଏହାର ଆକ୍ରମଣ ପାଇଁ ଦାୟୀ ବୋଲି କହି ଏହାର ୩ଜଣ କ୍ୟାଡ଼ର ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ତେବେ ଅନ୍ତିମ ରିପୋର୍ଟ ନମିଳିବା ଯାଏଁ ଏନକାଉଣ୍ଟର ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି।

ସେ କହିଛନ୍ତି, ସିଆରପିଏଫ୍ କ୍ୟାମ୍ପ ଏବଂ ସବ-ଡ଼ିଭିଜନାଲ ପୋଲିସ ଅଫିସରଙ୍କ କାର୍ଯ୍ୟାଳୟ ନିକଟରେ ଏହି ଅପରେସନ ଚାଲିଛି। ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଛି। ସୁରକ୍ଷା ବାହିନୀ କୁଲଗାମର ଚାଲଗାମ ଅଞ୍ଚଳରେ ଖୋଜାଖୋଜି କରୁଥିବା ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ।

ଏନକାଉଣ୍ଟର ଆରମ୍ଭ ହେବା ପରେ ସୁରକ୍ଷା ବାହିନୀ ମଧ୍ୟ ଏହାର ପ୍ରତିଶୋଧ ନେଇଥିଲେ। ଏହି ସମୟରେ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା। ଯାହାର ପରିଚୟ ଜଣାପଡ଼ିଛି। ସେ କହିଛନ୍ତି ଯେ, ଏହି ମଧ୍ୟରେ ଯେଉଁ ଆଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ କିମ୍ବା ସେ କେଉଁ ସେ କେଉଁ ଗୋଷ୍ଠୀର ଅଟନ୍ତି ତାହା ଜଣାପଡ଼ିନାହିଁ।

Leave A Reply

Your email address will not be published.