Latest Odisha News

BREAKING NEWS

କଂଗ୍ରେସର ଅଭିନବ ପ୍ରତିବାଦ , ମାଷ୍ଟରକ୍ୟାଣ୍ଟିନ ଛକରେ ଚକୋଲେଟ୍ ବାଣ୍ଟିଲେ କର୍ମୀ

ଭୁବନେଶ୍ୱର : ଆନ୍ଦୋଳନର ଡାକରା ଦେଲେ ହେଲେ ମାଷ୍ଟକ କ୍ୟାଣ୍ଟିନ ଛକରେ ଚକୋଲେଟ୍ ବାଣ୍ଟିଲା କଂଗ୍ରେସ। ମମିତା ମେହେର ହତ୍ୟା ଘଟଣାକୁ ନେଇ ଥମୁନି ରାଜନୀତି । କଂଗ୍ରେସର ଛଅ ଘଣ୍ଟିଆ ବନ୍ଦକୁ ଶାନ୍ତି ପୂର୍ଣ୍ଣ ଭାବେ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜଧାନୀ ମାଷ୍ଟର କ୍ୟାଣ୍ଟିନରେ ଚକୋଲେଟ୍ ବାଣ୍ଟି ଅଭିନବ ପ୍ରତିବାଦ କରିଛି କଂଗ୍ରେସ। ଆଜି ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ କଂଗ୍ରେସ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିଲା।

ହେଲେ ଏହି ବନ୍ଦକୁ ଶାନ୍ତିପୂର୍ଣ୍ଣି ଭାବେ କରିଛି କଂଗ୍ରେସ  ।ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ଚକୋଲେଟ ଦେଇଥିଲେ କଂଗ୍ରେସ କର୍ମୀମାନେ। ମମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ କହିଛନ୍ତି । ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ଛାତ୍ର ଯୁବ କଂଗ୍ରେସର ବହୁ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.