Latest Odisha News

BREAKING NEWS

ଗଞ୍ଜାମରେ ନିର୍ବାଚନୀ ହିଂସା, ୨ ବିଜେପି କର୍ମୀ ମୃତ

ଭଞ୍ଜନଗର/ସୋରଡା : ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବୁଧବାର ରାତିରେ ୨ ବିଜେପି କର୍ମୀଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ଭଞ୍ଜନଗର ଥାନା ଅନ୍ତର୍ଗତ ଅଗଝୋଳ ଗ୍ରାମରେ ସଦାନନ୍ଦ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ କେହି ଦୁବୃର୍ତ୍ତ ରାଜନୈତିକ ଆକ୍ରୋଶ ରଖି ବୁଧବାର ରାତିରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସେହିପରି ଅନ୍ୟ ଏକ ଘଟଣା ଘଟିଛି ସଦର ଥାନା ଅନ୍ତର୍ଗତ ଲାଠିପଡା ପଞ୍ଚାୟତର କଦଳୀଝୋଲା ଗ୍ରାମରେ । ଉକ୍ତ ଗ୍ରାମର ଜଣେ ବିଜେପି ନେତା ସନ୍ତୋଷ ପତି (୨୮) ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଦୁବୃର୍ତ୍ତ ଲୁହାରଡ ଓ ବାଡିରେ ଆକ୍ରମଣ କରିଥିଲେ । ପରେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଭଞ୍ଜନଗର ସବ୍-ଡିଭିଜନାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ ଘୋଷଣା କରିଥିଲେ।

ତେବେ ସ୍ଥାନୀୟ ପୋଲିସ ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.