Latest Odisha News

ଆଭାସି ମଞ୍ଚରେ ” ସାହିତ୍ୟରେ ସମାଜ ସଂସ୍କାର” ଆଲୋଚନା ଚକ୍ର

ଭୁବନେଶ୍ୱର : ଆଭାସି ମଞ୍ଚ ଓ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ” ସାହିତ୍ୟରେ ସମାଜ ସଂସ୍କାର” ଶୀର୍ଷକରେ,  ଥିଙ୍କରସ କ୍ଲବର ୧୦ ତମ ଆଭାସି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସଭାରେ ସାରଳା ଦାସଙ୍କଠାରୁ ଆରମ୍ଭ କରି ଫକୀର ମୋହନ ଆଦି କାଳଜୟୀ ସହିତ୍ୟିକମାନଙ୍କ ରଚିତ ସାହିତ୍ୟରେ ସଂସ୍କାର ବିଷୟରେ ତାତ୍ତ୍ୱିକ ଆଲୋଚନା ହୋଇଥଲା ।

କାର୍ତ୍ତିକ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରବିଜୟୀ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବାଙ୍ଗାଲୋରରୁ ତାପସ ରାଜ, ମସ୍କୋରୁ ସନ୍ତୋଷ ମହାନ୍ତି, ୟୁକେରୁ ଜୟଶ୍ରୀ ନନ୍ଦ, କାନାଡ଼ାରୁ ସୁନନ୍ଦା ମିଶ୍ର , ପୋଲିସ ଡିଜି ଅରୁଣ ଉପାଧ୍ୟାୟ, ମୁମ୍ବାଇରୁ ଭଗବାନ ପଣ୍ଡା ଓ ନିରଞ୍ଜନ ସାହୁ ପ୍ରମୁଖ ଯୋଗଦେଇଥିଲେ । ବରଦା ଦାସ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

 

Leave A Reply

Your email address will not be published.