Latest Odisha News

BREAKING NEWS

ବିଜେପିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଜୟନାରାୟଣ ମହାନ୍ତି

 

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ମହାନ୍ତି ଏବଂ କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନମଣ୍ଡଳୀର ଯୁବନେତା ତଥା ସମାଜସେବୀ ରଂଶ୍ମୀରଂଜନ ବେଉରାଙ୍କ ସହ ସେମାନଙ୍କର ଶତାଧିକ ସମର୍ଥକ ଆଜି ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ।

ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନୂତନ ଭାବେ ଯୋଗ ଦେଇଥିବା ଶ୍ରୀ ମହାନ୍ତି ଏବଂ ଶ୍ରୀ ବେଉରାଙ୍କୁୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା ବିଜେପି ଉତ୍ତରୀୟ ଏବଂ ଦଳୀୟ ଟୋପି ପିନ୍ଧାଇ ବିଧିବଦ୍ଧ ଭାବେ ଦଳରେ ସାମିଲ କରିଛନ୍ତି ।

ବାଲେଶ୍ୱର ଜିଲ୍ଲାର ଶ୍ରୀ ଜୟନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧ୍ରୁବ ଚନ୍ଦ୍ର ପାଲ, ଜଳେଶ୍ୱର ମହିଳା କଂଗ୍ରେସ ସଭାପତି ସୁମିତ୍ରା ମହାପାତ୍ର, ଜଳେଶ୍ୱର ଏନଏସିର ପୂର୍ବତନ ଚେୟାରମ୍ୟାନ ସିପ୍ରାରାଣୀ ପରିଡା, ଜିଲ୍ଲା ଯୁବ କଂଗ୍ରେସର ଉପସଭାପତି ବିବେକାନନ୍ଦ ମହାନ୍ତି, ଟାଉନ କଂଗ୍ରେସ ସଭାପତି ସତ୍ୟ କର, ପୂର୍ବତନ ସରପଂଚ ମାନସ ଦାସ ମହାପାତ୍ର ଏବଂ ମନୋଜ ସାସମଲଙ୍କ ସହ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ।

ସେହିପରି କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ସମାଜସେବୀ ରଶ୍ମିରଂଜନ ବେଉରାଙ୍କ ନେତୃତ୍ୱରେ ବାଟିପଡା ପଂଚାୟତ କଂଗ୍ରେସ ସଭାପତି ହୃଷିକେଶ ବେହୁରା, ପୂର୍ବତନ ସରପଂଚ ବଂଶୀଧର ନାୟକ, ପୂବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପାତ୍ର, ପୂର୍ବତନ ସମିତି ସଭ୍ୟ କାଙ୍ଗାଳି ଚରଣ ମଲ୍ଲିକ, ପ୍ରଦୀପ କୁମାର ପାଣ୍ଡବ, କୈଳାସ ଜେନା, ବିଜୟ ଜେନା, ବସନ୍ତ ଜେନାଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

ଆଜି ଶତାଧିକ ସଂଖ୍ୟାରେ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ଯୋଗଦାନ କରିଥିବାରୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ସମସ୍ତ ନୂତନ ସହସ୍ୟଙ୍କୁ ସ୍ୱାଗତ ଜଣାଇବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ମଜବୁତ୍ ହେବ ଏବଂ ଆଗାମୀ ଦିନରେ ଜଳେଶ୍ୱର ଏବଂ ଆଳି ନିର୍ବାଚନ ମଣ୍ଡଳୀରେ ବିଜେପି ଶକ୍ତିଶାଳୀ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ବିଧାୟକ ଗୋବିନ୍ଦ ଦାସ, ସଂପାଦକ ଦିଲୀପ ମଲ୍ଲିକ ଏବଂ ଶୋଭନା ମହାନ୍ତି, ଯୁବମୋର୍ଚ୍ଚା ରଷ୍ଟ୍ରୀୟ ଉପ ସଭାପତି ଠାକୁର ରଂଜିତ ଦାସଙ୍କ ସମେତ ବାଲେଶ୍ୱର ଜିଲ୍ଲା ସଭାପତି ମଦନ ମୋହନ ଦତ, କେନ୍ଦ୍ରାପଡା ଜିଲ୍ଲା ସଭାପତି ଦୁର୍ଯୋଧନ ସାହୁ, ଅରୁଣ ବେଜ, ଶ୍ୟାମ ବେହେରା, ନନି ଗୋପାଲ ଦାସ, ଶାରଦା ପ୍ରଧାନ, ଜ୍ଞାନ ବେହେରା, ବିଷ୍ନୁ ଦାଶଙ୍କ ସମେତ ବହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.