Latest Odisha News

BREAKING NEWS

ଭାରତ ୧୪୩ ରନରେ ଆୟାର୍ଲାଣ୍ଡକୁ ପରାସ୍ତ କଲା

 

ଡ଼ବଲିନ : ଭାରତ ଓ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୨ୟ ଟି-ଟ୍ୱେଣ୍ଟି କ୍ରିକେଟ ମ୍ୟାଚରେ ଭାରତ ୧୪୩ ରନର ଏକ ବୃହତ ବିଜୟ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୨୧୩ ରନର ଏକ ବିଶାଳ ସ୍କୋର କରିଥିଲା । ୨୧୪ ରନର ପିଛା କରି ଆୟାର୍ଲାଣ୍ଡ ଅଲଆଉଟ ହୋଇ ମାତ୍ର ୭୦ ରନ କରିବାକୁ ସକ୍ଷମ ହୋଇଥିଲା ।

ଭାରତ ପକ୍ଷରୁ କେଏଲ ରାହୁଲ ୬ଟି ଛକା ଓ ୩ଟି ଚୌକା ବଳରେ ୭୦ ରନ, ସୁରେଶ ରୈନା ୩ଟି ଛକା ଓ ୫ଟି ଚୌକା ସହାୟତାରେ ୬୯ ରନ କରିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୯ଟି ବଲରୁ ଆକର୍ଷଣୀୟ ୩୨ ରନ କରିଥିଲେ ଏବଂ ପାଣ୍ଡ୍ୟା ୪ଟି ବିଶାଳ ଛକା ଓ ଗୋଟିଏ ଚୌକା ମାରିଥିଲେ ।

ଆୟାର୍ଲାଣ୍ଡ ମାତ୍ର ୧୨ ଓଭର ଖେଳି ୭୦ ରନରେ ସମସ୍ତ ୱିକେଟ ହରାଇ ପରାଜିତ ହୋଇଥିଲା । ଦଳ ପକ୍ଷରୁ ୱିକେଟ ରକ୍ଷକ ଜିସି ୱିଲସନ ସର୍ବାଧିକ ୧୫ ରନ କରିଥିଲେ । ଭାରତ ପକ୍ଷରୁ ବୋଲିଂ କରି କୁଲଦିପ ଯାଦବ ଓ ଚହଲ ୩ଟି କରି ୱିକେଟ ହାସଲ କରିଥିଲେ ।

ଭାରତୀୟ ଖେଳାଳି ଲୋକେଶ ରାହୁଲ ପ୍ଲେୟାର ଅଫ ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ୟୁଜଭେନ୍ଦ୍ର ଚହଲଙ୍କୁ ପ୍ଲେୟାର ଅଫ ସିରିଜ ଟ୍ରଫି ହାସଲ କରିଛନ୍ତି ।

Leave A Reply

Your email address will not be published.