Latest Odisha News

ବର୍ଷାରେ ଭିଜି ଧାନ ଗଜା, ଚାଷୀ ମୁଣ୍ଡରେ ଚଡ଼କ

ବ୍ରହ୍ମପୁର : ବର୍ଷାରେ ଭିଜି ଧାନ ଗଜା, ଚାଷୀ ମୁଣ୍ଡରେ ଚଡ଼କ । ବର୍ତ୍ତମାନ ଧାନା ଫସଲ ଅମଳ ସମୟ ହୋଇଥିବାରୁ ପାଚିଲା ଧାନରେ ବର୍ଷା ଜଳ ମାଡି ଅନେକ ଯାଗାରେ ତାହା ନଷ୍ଟ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।  ବିଶେଷ କରି ଆଗୁଆ ଧାନା ଚାଷ କରିଥିବା ଚାଷୀ ମାନେ ଧାନ କାଟି ଜମିରେ ପକାଇ ରଖିଥିବା ବେଳେ ତାହା ବର୍ଷା ଜଳରେ ବୁଡି ରହିଛି ।

ପାଚିଲା ଧାନା ଦୁଇ ତିନି ଧରି ପାଣିରେ ବୁଡି ରହିବା ଫଳରେ ସେଥିରୁ ଗଜା ବାହାରିଥିବା ଦେଖିବାକୁ ମିଳିଛି । ଚାଷୀ ବହୁ ଚେଷ୍ଟା କଲେ ମଧ୍ୟ ଫସଲକୁ ସୁରକ୍ଷିତ ରଖିପାରି ନାହିଁ । ଅନ୍ୟପଟେ ଆଜି କୃଷି ବିଭାଗର କର୍ମଚାରୀ ମାନେ ବର୍ଷା ପାଣି ମାଡିଥିବା ଅନେକ ଜମି ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଭଞ୍ଜନଗର ବ୍ଳକର ମୁଦୁଲିପଲ୍ଲୀ, ସାନକୋଦଣ୍ଡା, କୁଲାଡ, ବାରୁଡ଼ା ଆଦି ପଞ୍ଚାୟତ ଇଲାକାରେ ଚାଷୀ ମାନେ ଧାନା କାଟି ଜମିରେ ପକାଇ ରଖିଥିବା ବେଳେଡ ତାହା ପାଣିରେ ବୁଡ଼ି ରହିଛି । ପ୍ରତି ପଞ୍ଚାୟତର ପ୍ରାୟ ୪ ରୁ ୫ ହେକ୍ଟର ଜମିରେ ଫସଲ ପାଣିରେ ବୁଡ଼ି ରହିଛି । ତୁରନ୍ତ ପ୍ରଶାସନିକ ସ୍ତରରେ ଯାଞ୍ଚ କରାଯାଇ ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି ହୋଇଛି ।

ବର୍ତ୍ତମାନ ବର୍ଷା ଛାଡିଥିଲେ ମଧ୍ୟ ଜମିରୁ ପାଣି ଛାଡି ନଥିବାରୁ ତହସିଲ ଓ କୃଷି ବିଭାଗ ପକ୍ଷରୁ ମିଳିତ ଯାଞ୍ଚ କରି ସରକାରଙ୍କ ନିକଟକୁ କ୍ଷୟକ୍ଷତିର ତଥ୍ୟ ପଠାଇ ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

Leave A Reply

Your email address will not be published.