ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଅଷ୍ଟ୍ରେଲିଆର ୧୪ ବର୍ଷ ଅପେକ୍ଷାର ଅନ୍ତ ହୋଇଛି । ନ୍ୟୁଜିଲାଣ୍ଡକୁ ହରାଇ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ଅଷ୍ଟ୍ରେଲିଆ । ଗତକାଲି ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୮ ଓ୍ୱିକେଟରେ ହରାଇ ଟି-ଟ୍ୱେଣ୍ଟି ଟ୍ରଫି ନିଜ ନାଁରେ କରିଛି କଙ୍ଗାରୁ ବାହିନୀ । ଦୁବାଇରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ୭ଟି ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।
ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଆଗରେ ୧୭୩ ରନ୍ ଟାର୍ଗେଟ ଠିଆ କରିଥିଲା ନ୍ୟୁଜିଲାଣ୍ଡ । ତୃତୀୟ ଓଭରରେ ପାଭିଲନ୍ ଫେରିଥିଲେ କ୍ୟାପଟେନ୍ ଆରୋନ୍ ଫିଞ୍ଚ । ପରେ ପାଳି ସମ୍ଭାଳିଥିଲେ ଡେଭିଡ୍ ଓ୍ୱାର୍ଣ୍ଣର ଓ ମିଚେଲ୍ ମାର୍ଶ । ନ୍ୟୁଜିଲାଣ୍ଡ ବୋଲରଙ୍କୁ ପ୍ରହାର କରିଥିଲେ । ଦୁହେଁ ୫୯ ବଲରେ ୯୨ ରନ୍ ପିଟିଥିଲେ । ଓ୍ୱାର୍ଣ୍ଣର ୩୮ ବଲରୁ ୫୩ ରନ୍ (୪ ଚୌକା, ୧ ଛକା)କରି ଆଉଟ୍ ହୋଇଥିଲେ ।
ପରେ ମିଚେଲ୍ ମାର୍ଶ ଓ ମ୍ୟାକ୍ସଓ୍ୱେଲ୍ ଯୋଡି ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । ୩୧ ବଲରୁ ୩ ଚୌକା ଓ ୪ଟି ଛକା ବଳରେ ଅର୍ଦ୍ଧଶତକ ପୂରା କରିଥିଲେ ମାର୍ଶ । ମ୍ୟାକ୍ସଓ୍ୱେଲ ଓ ମାର୍ଶ ଯୋଡ଼ି ୬୬ ରନ୍ ପାର୍ଟନରସିପ୍ କରିଥିଲେ । ଏହା ଫଳରେ ହାତରେ ୮ଟି ଓ୍ୱିକେଟ୍ ଓ ୭ଟି ବଲ୍ ବାକି ଥାଇ ଟାର୍ଗେଟ ପୂରଣ କରିଥିଲା ଅଷ୍ଟ୍ରେଲିଆ । ମାର୍ଶ ଅପରାଜିତ ୭୭ ଓ ମ୍ୟାକ୍ସଓ୍ୱେଲ୍ ୨୮ ରନ୍ କରିଥିଲେ ।
ନ୍ୟୁଜାଲିଣ୍ଡର ଓ୍ୱାର୍ଲଡ ଚାମ୍ପିଅନ୍ ହେବାର ସ୍ୱପ୍ନ ପୁଣି ଥରେ ଧୂଳିସାତ ହୋଇଛି । ରନର୍ସ ଅପରେ ସନ୍ତୁଷ୍ଟ ହୋଇଛି କିଓ୍ୱି ଦଳ । ୪ଟି ଆଇସିସି ଇଭେଣ୍ଟ ଫାଇନାଲରେ ୩ ଥର ନ୍ୟୁଜିଲାଣ୍ଡ ପରାଜୟର ସାମନା କରିଛି । ଅଧିନାୟକ ଓ୍ୱିଲିୟମସନ୍ ଓ ଟିମ୍ ଭଳ ଖେଳିଥିଲେ ବି ଟ୍ରଫି ଜିତିବା ଆଶା କେବଳ ଆଶାରେ ରହିଗଲା ।
BREAKING NEWS
- ନରେନ୍ଦ୍ର ପୁଷ୍କରିଣୀରୁ ପୁଣି ମୃତଦେହ ଉଦ୍ଧାର;ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ପୋଲିସ
- ଆମ୍ବ ପାଇଁ ହାତୀକୁ ମାରିକି ପୋତିଦେଲେ…ଫାର୍ମ ମାଲିକଙ୍କ ସମେତ ୩ ଗିରଫ
- ବାସନ୍ଦ ହେଲେ ଆରସିବିର ଟିମ ଡେଭିଡ
- କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା; ଶାଶୁବୋହୂମାଳୀ ବକ୍ସାଇଟ୍ OMCକୁ ଦେବା ପାଇଁ ସହଯୋଗ ଲୋଡିଲେ
- ଆଇପିଏଲ ୨୦୨୬ ଶ୍ରେଷ୍ଠ ଏକାଦଶରେ କୋହଲି, ସ୍ଥାନ ପାଇଲେନି ଏହି ଖେଳାଳି
- brown sugar seized:୪୧ ଲକ୍ଷର ବ୍ରାଉନସୁଗାର ସହ କାର ଜବତ; ମହିଳାଙ୍କ ସମେତ ୫ଗିରଫ
- Rayagada division Starts functions: ଦକ୍ଷିଣ ଓଡ଼ିଶାରେ ନୂତନ ରେଳ ଯୁଗର ଆରମ୍ଭ: ରାୟଗଡ଼ା ଡିଭିଜନର କାର୍ଯ୍ୟାରମ୍ଭ
- ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲା; NHRCର ତଦନ୍ତ ଆରମ୍ଭ…
- ଆଲୋକ କମିଲେ ଟେଷ୍ଟ ମ୍ୟାଚରେ ପରୀକ୍ଷଣ ଭାବେ ବ୍ୟବହାର ହେବ ଗୋଲାପୀ ବଲ
- ୫ହଜାର ନର୍ସିଂ ପଦବୀ ୩ ମାସରେ ହେବ ପୂରଣ:ସ୍ୱାସ୍ଥ୍ୟ ମନ୍ତ୍ରୀ
Comments are closed.