ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଅଷ୍ଟ୍ରେଲିଆର ୧୪ ବର୍ଷ ଅପେକ୍ଷାର ଅନ୍ତ ହୋଇଛି । ନ୍ୟୁଜିଲାଣ୍ଡକୁ ହରାଇ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ଅଷ୍ଟ୍ରେଲିଆ । ଗତକାଲି ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୮ ଓ୍ୱିକେଟରେ ହରାଇ ଟି-ଟ୍ୱେଣ୍ଟି ଟ୍ରଫି ନିଜ ନାଁରେ କରିଛି କଙ୍ଗାରୁ ବାହିନୀ । ଦୁବାଇରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ୭ଟି ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।
ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଆଗରେ ୧୭୩ ରନ୍ ଟାର୍ଗେଟ ଠିଆ କରିଥିଲା ନ୍ୟୁଜିଲାଣ୍ଡ । ତୃତୀୟ ଓଭରରେ ପାଭିଲନ୍ ଫେରିଥିଲେ କ୍ୟାପଟେନ୍ ଆରୋନ୍ ଫିଞ୍ଚ । ପରେ ପାଳି ସମ୍ଭାଳିଥିଲେ ଡେଭିଡ୍ ଓ୍ୱାର୍ଣ୍ଣର ଓ ମିଚେଲ୍ ମାର୍ଶ । ନ୍ୟୁଜିଲାଣ୍ଡ ବୋଲରଙ୍କୁ ପ୍ରହାର କରିଥିଲେ । ଦୁହେଁ ୫୯ ବଲରେ ୯୨ ରନ୍ ପିଟିଥିଲେ । ଓ୍ୱାର୍ଣ୍ଣର ୩୮ ବଲରୁ ୫୩ ରନ୍ (୪ ଚୌକା, ୧ ଛକା)କରି ଆଉଟ୍ ହୋଇଥିଲେ ।
ପରେ ମିଚେଲ୍ ମାର୍ଶ ଓ ମ୍ୟାକ୍ସଓ୍ୱେଲ୍ ଯୋଡି ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । ୩୧ ବଲରୁ ୩ ଚୌକା ଓ ୪ଟି ଛକା ବଳରେ ଅର୍ଦ୍ଧଶତକ ପୂରା କରିଥିଲେ ମାର୍ଶ । ମ୍ୟାକ୍ସଓ୍ୱେଲ ଓ ମାର୍ଶ ଯୋଡ଼ି ୬୬ ରନ୍ ପାର୍ଟନରସିପ୍ କରିଥିଲେ । ଏହା ଫଳରେ ହାତରେ ୮ଟି ଓ୍ୱିକେଟ୍ ଓ ୭ଟି ବଲ୍ ବାକି ଥାଇ ଟାର୍ଗେଟ ପୂରଣ କରିଥିଲା ଅଷ୍ଟ୍ରେଲିଆ । ମାର୍ଶ ଅପରାଜିତ ୭୭ ଓ ମ୍ୟାକ୍ସଓ୍ୱେଲ୍ ୨୮ ରନ୍ କରିଥିଲେ ।
ନ୍ୟୁଜାଲିଣ୍ଡର ଓ୍ୱାର୍ଲଡ ଚାମ୍ପିଅନ୍ ହେବାର ସ୍ୱପ୍ନ ପୁଣି ଥରେ ଧୂଳିସାତ ହୋଇଛି । ରନର୍ସ ଅପରେ ସନ୍ତୁଷ୍ଟ ହୋଇଛି କିଓ୍ୱି ଦଳ । ୪ଟି ଆଇସିସି ଇଭେଣ୍ଟ ଫାଇନାଲରେ ୩ ଥର ନ୍ୟୁଜିଲାଣ୍ଡ ପରାଜୟର ସାମନା କରିଛି । ଅଧିନାୟକ ଓ୍ୱିଲିୟମସନ୍ ଓ ଟିମ୍ ଭଳ ଖେଳିଥିଲେ ବି ଟ୍ରଫି ଜିତିବା ଆଶା କେବଳ ଆଶାରେ ରହିଗଲା ।
BREAKING NEWS
- ଦୁଇ ସିଆରପି ନିର୍ବାଚନୀ ସଭାରେ ହୁଳହୁଳି ପକାଇ ନିଲମ୍ବିତ
- ହିଟ୍ ଆଣ୍ଡ ରନ୍ : ସୁରେଶ ରାଇନାଙ୍କ ୨ ଭାଇଙ୍କ ମୃତ୍ୟୁ
- ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିଳାଦ୍ରୀ ମଣ୍ଡପ
- ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ବିଏସଏଫ୍ ଯବାନଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ
- ଆସନ୍ତକାଲି ନାମାଙ୍କନ ଦାଖଲର ଶେଷ ତାରିଖ, ଆଜି କଂଗ୍ରେସ ଘୋଷଣା କରିବ ଆମେଠି ଓ ରାୟବରେଲି ଲୋକସଭା ଆସନର ପ୍ରାର୍ଥୀ
- ନବୀନ କଣ୍ଟାବାଞ୍ଜି ଆସନ ପାଇଁ ଭରିବେ ନାମାଙ୍କନ
- ଏଥର ୩୦୦ ପାର୍, ବୋଲରଙ୍କ ନିଦ ହଜାଉଛନ୍ତି ବ୍ୟାଟର୍ !
- ସ୍ୱପ୍ନ ସାକାର କରିବା ପାଇଁ ପନ୍ତ ଛାଡି ଦେଇଥିଲେ ରସମଲେଇ, ଚିକେନ, ବିରିୟାନୀ ଖାଇବା
- ନିର୍ବାଚନ ବେଳେ ରାହୁଲଙ୍କୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ପ୍ରଶଂସା, କଡା ଜବାବ ଦେଲା ବିଜେପି
- ସାଧାରଣ ନିର୍ବାଚନ ୨୦୨୪: ବିଜେପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଭିନ୍ନ ଦଳର ପ୍ରାର୍ଥୀ