Latest Odisha News

BREAKING NEWS

ରାଜଧାନୀକୁ ଘୋଡ଼ାଇ ଦେଲା ଘନ କୁହୁଡ଼ି

ଭୁବନେଶ୍ୱର: ରାଜଧାନୀରେ ଘଡ଼ କୁହୁଡ଼ି । ଦେଖାଗଲାନି ରାସ୍ତାଘାଟ । ଆଜି ସକାଳୁ ସକାଳୁ ଉୁବନେଶ୍ୱରକୁ ଘୋଡ଼ାଇ ରଖିଥିଲା ଘନ କୁହୁଡ଼ି । ସକାଳ ୭ଟା ଯାଏ ରାସ୍ତାଘାଟ ଦିଶୁ ନଥିଲା । ଅତି ପାଖରେ ଥିବା ଜିନିଷ ବି ଖାଲି ଆଖିରେ ଦୃଶ୍ୟମାନ ହେଉ ନଥିଲା । ୨୦୦ ମିଟର ଭିଜିବିଲିଟି ରହିଥିବାରୁ ଯାଆସ କରିବା ଓ ଗାଡ଼ିମୋଟର ଚଳାଚଳରେ ଅସୁବିଧା ହୋଇଥିଲା ।

ସକାଳ ୭ଟା ପରେ କମିଥିବା କୁହୁଡ଼ିର ଆସ୍ତରଣ । ଆଜି ଭୁବନେଶ୍ୱରରେ କୁହୁଡ଼ିରେ ପ୍ରାତଃ ଭ୍ରମଣ କରିବାକୁ ବାହିରଥିଲେ ରାଜଧାନୀବାସୀ । ଆଜି ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ଘନ କୁହୁଡ଼ି । ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ପାଗ ମେଘୁଆ ରହିଛି । କୋହଲା ପାଗ ଜାରି ରହିଛି । ପାଣିପାଗ ବିଭାଗ କହିଛି, ଆସନ୍ତା ୨-୩ ଦିନ କୁହୁଡ଼ି ଲାଗି ରହିବ ।

ରାଜ୍ୟର ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ଢେଙ୍କାନାଳ ଓ ଝାରସୁଗୁଡ଼ାରେ ବର୍ଷା। ଓଡ଼ିଶାର ଅଧିକାଂଶ ସ୍ଥାନରେ କୋହଲା ପାଗ ଅନୁଭୂତ ହେଉଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.