Latest Odisha News

BREAKING NEWS

ଆଜିଠୁ କ୍ଲାସରୁମରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ କ୍ଲାସରୁମରେ ଆରମ୍ଭ ହେବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢ଼ା । କୋଭିଡ୍ କଟକଣା ଓ ଗାଇଡଲାଇନ ଅନୁସାରେ ଅଫଲାଇନରେ ପାଠପଢ଼ା ଆରମ୍ଭ ହେଉଛି । ସକାଳ 9ଟାରୁ ଆରମ୍ଭ ହେବ କ୍ଲାସ । ଦୁଇ ବର୍ଷ ପରେ ସ୍କୁଲକୁ ଫେରୁଛନ୍ତି ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା । ତେଣୁ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି ।

କାହାରିକୁ ସ୍କୁଲ ଆସିବାକୁ ବାଧ୍ୟ କରାଯିବନି । ପିଲାମାନେ ଚାହିଁଲେ ଅନଲାଇରେ କି କ୍ଲାସ କରିପାରିବେ । କୋଭିଡ୍ ମୁକ୍ତ ପାଠପଢ଼ା ପାଇଁ ସ୍କୁଲରେ ବ୍ୟାପକ ବ୍ୟବସ୍ଥା ହୋଇଛି । ମାସ୍କ ପିନ୍ଧିବା ଓ ସୋସିଆ୍ ଦୂରତା ରକ୍ଷା ବାଧ୍ୟତାମୂଳକ । ପିଲାମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ହାତ ଧୋଇବାକୁ ବ୍ୟବସ୍ଥା ହୋଇଛି । ସାନିଟାଇଜର ବ୍ୟବସ୍ଥା ବି କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

ରାଜ୍ୟରେ ସଂକ୍ରମଣ କମିବା ପରେ ଧୀରେ ଧୀରେ ସ୍କୁଲ ଖୋଲୁଛି । ପୂର୍ବରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି । ଆଜିଠୁ ଷଷ୍ଠ ଓ ସପ୍ତମ ଶ୍ରେଣୀ କ୍ଲାସ ଆରମ୍ଭ ହେବ । ଆଗକୁ ସ୍ଥିତି ଦେଖି ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ବିଚାରବିମର୍ଶ କରୁଛି ଗଣଶିକ୍ଷା ବିଭାଗ । ପାଠପଢ଼ା ସହ ପିଲାଙ୍କ ସ୍ୱାସ୍ଥ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଉଛି ।

Leave A Reply

Your email address will not be published.