Latest Odisha News

BREAKING NEWS

ହାର୍ଦ୍ଦିକଙ୍କ ୫ କୋଟି ଟଙ୍କାର ଘଂଟା ଜବତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟି ଟଙ୍କା ମୂଲ୍ୟର ୨ଟି ଘଂଟା କଷ୍ଟମ ବିଭାଗ ଜବତ କରିଛି । ଏହି ଘଂଟା ପାଇଁ ତାଙ୍କ ପାଖରେ ଇନଭଏସ ନ ଥିଲା । ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରୁ ବିଦା ହେବା ପରେ ଭାରତୀୟ ଦଳ ସ୍ୱଦେଶ ଫେରିଥିଲା । ବିଳମ୍ବିତ ରାତିରେ କଷ୍ଟମ ବିଭାଗ ଦ୍ୱାରା କରାଯାଇଥିବା ଯାଂଚରେ ହାର୍ଦ୍ଦିକ ଧରା ପଡିଥିଲେ । ଉପଯୁକ୍ତ ପ୍ରମାଣ ଦେଲେ ହାର୍ଦ୍ଦିକ ତାଙ୍କ ଜବତ ଘଂଟା ଫେରି ପାଇବେ ବୋଲି ଜଣେ ଅଧିକାରୀ କହିଛନ୍ତି ।

ଟି୨୦ ବିଶ୍ୱକପରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ସେ ୩ଟି ଇନିଂସରେ ମାତ୍ର ୬୯ ରନ ସଂଗ୍ରହ କରିଥିଲେ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସେ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ ।

Comments are closed.