ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ ଭୁବନେଶ୍ୱରରେ ୨୪ ନଭେମ୍ବରରୁ ଆରମ୍ଭ ହେବା । ଏହା ପୂର୍ବରୁ ହକି ଜ୍ୱରରେ ଆକ୍ରାନ୍ତ ହୋଇଗଲାଣି ରାଜଧାନୀ । ଟାଇଟଲ ଦାବୀଦାର ଭାବେ ବିବେଚନା କରାଯାଉଥିବା ବେଲଜିୟମ ଟିମ ଆଜି ଭୁବନେଶ୍ୱରରେ ପଂହଚିଛନ୍ତି । ଗ୍ରୁପ ଏ’ରେ ବେଲଜିୟମ ସହ ଚିଲି, ମାଲେସିଆ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ବେଲଜିୟମ କୋଚ ଜୋରେନ ବାର୍ଟ ଦଳର ଭଲ ପ୍ରଦର୍ଶନ ନେଇ ଦୃଢ଼ ଆଶା ବ୍ୟକ୍ତ କରିଥିଲେ । ପ୍ରଥମ ଥର ପାଇଁ ଆମେ ଏ ଭଳି ଏକ ବଡ ଷ୍ଟାଡିୟମରେ ଖେଳିବାକୁ ଯାଉଛି ବୋଲି ଅଧିନାୟକ ଡାୟଲନ ଇଙ୍ଗେଲବେର୍ଟ କହିଛନ୍ତି । ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବେଲଜିୟମ ତାର ଅଭିଯାନ ଆରମ୍ଭ କରିବ । କ୍ରମାଗତ ତୃତୀୟ ଥର ପାଇଁ ଭାରତ ଏହି ମେଗା ଇଭେଂଟ ଆୟୋଜନ କରିବାକୁ ଯାଉଛି । ୨୦୧୩ରେ ନୂଆଦିଲ୍ଲୀରେ ଏବହ ୨୦୧୬ରେ ଲକ୍ଷ୍ନୌରେ ଏହା ଆୟୋଜିତ ହୋଇଥିଲା । ଓଭରାଲ ୧୬ଟିମ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଭାରତ ଗ୍ରୁପ ବି’ରେ ସ୍ଥାନ ପାଇଛି । ଏହି ଗ୍ରୁପରେ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ରହିଛନ୍ତି । ଗ୍ରୁପ ସି’ରେ ନେଦରଲାଣ୍ଡ, ସ୍ପେନ, କୋରିଆ ଓ ଆମେରିକା ରହିଥିବା ବେଳେ ଗ୍ରୁପ ଡି’ରେ ଜର୍ମାନୀ, ଆର୍ଜେଂଟିନା, ପାକିସ୍ତାନ ଓ ଇଜିପ୍ଟ ରହିଛନ୍ତି । ଡିସେମ୍ବର ୧ରୁ ନକଆଉଟ ଏବଂ ଡିସେମ୍ବର ୫ରେ ଫାଇନାଲ ମ୍ୟାଚ ଖେଳାଯିବ ।
BREAKING NEWS
- ଆଜିଠୁ ବଦଳିବ ୫ଟି ବଡ଼ ନିୟମ; ନୂଆ ଟାକ୍ସ ପଲିସି ଲାଗୁ, ୟୁପିଆଇ ନିୟମରେ ପରିବର୍ତ୍ତନ
- ତାତିରେ ଲାଗିବ ବ୍ରେକ୍, ଆଜିଠୁ ୬ ଯାଏଁ ବର୍ଷା ସମ୍ଭାବନା
- ମିଥୁନ ରାଶିକୁ ୧୨ ବର୍ଷ ପରେ ଆସିବେ ବୃହସ୍ପତି; ୫ ରାଶିଙ୍କ ଫିଟିବ ଭାଗ୍ୟ
- ରାଜଗିରରେ ଆୟୋଜିତ ହେବ ଏସିଆ କପ୍ ୨୦୨୫; ୨୯ଅଗଷ୍ଟରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ
- ଚଳିତ ସିଜନରେ ମୁମ୍ବାଇର ପ୍ରଥମ ବିଜୟ ହାସଲ
- ଜମ୍ମୁ-କଶ୍ମୀରର କଠୁଆରେ ପୁଣି ଗୁଳିବିନିମୟ: ସେନା ଜାଲରେ ଫସିଗଲେ ୩ ଆତଙ୍କବାଦୀ !
- ବାପାଙ୍କୁ ହରାଇଥିଲେ, କ୍ରିକେଟ ପଡ଼ିଆକୁ ଫେରିବାର ସମ୍ଭାବନା କମ୍ ଥିଲା; ଏବେ ଦୁନିଆ କରୁଛି ଚର୍ଚ୍ଚା
- ଗରମରେ ବିଦ୍ୟୁତ ସଙ୍କଟ ବଢ଼ାଇଲା ଚିନ୍ତା: ଗାଁଠୁ ସହର ସବୁଠି ଚୁ, ଚା…
- ଆସିଲା ଖୁସି ଖବର! ପିଏଫ୍ ଉଠାଣ ସୀମା ୫ ଲକ୍ଷକୁ ବୃଦ୍ଧି
- ସମ୍ପତ୍ତି ବିବାଦରୁ ହିଂସା: ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ
Comments are closed.