ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ ଭୁବନେଶ୍ୱରରେ ୨୪ ନଭେମ୍ବରରୁ ଆରମ୍ଭ ହେବା । ଏହା ପୂର୍ବରୁ ହକି ଜ୍ୱରରେ ଆକ୍ରାନ୍ତ ହୋଇଗଲାଣି ରାଜଧାନୀ । ଟାଇଟଲ ଦାବୀଦାର ଭାବେ ବିବେଚନା କରାଯାଉଥିବା ବେଲଜିୟମ ଟିମ ଆଜି ଭୁବନେଶ୍ୱରରେ ପଂହଚିଛନ୍ତି । ଗ୍ରୁପ ଏ’ରେ ବେଲଜିୟମ ସହ ଚିଲି, ମାଲେସିଆ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ବେଲଜିୟମ କୋଚ ଜୋରେନ ବାର୍ଟ ଦଳର ଭଲ ପ୍ରଦର୍ଶନ ନେଇ ଦୃଢ଼ ଆଶା ବ୍ୟକ୍ତ କରିଥିଲେ । ପ୍ରଥମ ଥର ପାଇଁ ଆମେ ଏ ଭଳି ଏକ ବଡ ଷ୍ଟାଡିୟମରେ ଖେଳିବାକୁ ଯାଉଛି ବୋଲି ଅଧିନାୟକ ଡାୟଲନ ଇଙ୍ଗେଲବେର୍ଟ କହିଛନ୍ତି । ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବେଲଜିୟମ ତାର ଅଭିଯାନ ଆରମ୍ଭ କରିବ ।
କ୍ରମାଗତ ତୃତୀୟ ଥର ପାଇଁ ଭାରତ ଏହି ମେଗା ଇଭେଂଟ ଆୟୋଜନ କରିବାକୁ ଯାଉଛି । ୨୦୧୩ରେ ନୂଆଦିଲ୍ଲୀରେ ଏବହ ୨୦୧୬ରେ ଲକ୍ଷ୍ନୌରେ ଏହା ଆୟୋଜିତ ହୋଇଥିଲା । ଓଭରାଲ ୧୬ଟିମ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଭାରତ ଗ୍ରୁପ ବି’ରେ ସ୍ଥାନ ପାଇଛି । ଏହି ଗ୍ରୁପରେ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ରହିଛନ୍ତି । ଗ୍ରୁପ ସି’ରେ ନେଦରଲାଣ୍ଡ, ସ୍ପେନ, କୋରିଆ ଓ ଆମେରିକା ରହିଥିବା ବେଳେ ଗ୍ରୁପ ଡି’ରେ ଜର୍ମାନୀ, ଆର୍ଜେଂଟିନା, ପାକିସ୍ତାନ ଓ ଇଜିପ୍ଟ ରହିଛନ୍ତି । ଡିସେମ୍ବର ୧ରୁ ନକଆଉଟ ଏବଂ ଡିସେମ୍ବର ୫ରେ ଫାଇନାଲ ମ୍ୟାଚ ଖେଳାଯିବ ।
BREAKING NEWS
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?

Comments are closed.