କଟକ : ଦେଶ ଦେଶ ମଧ୍ୟରେ ସମ୍ପର୍କର ସେତୁ ପାଲଟିବ ମ୍ୟାଜିକ୍ । ଏବେ ବି ଭାରତ ଓ ଇଣ୍ଡେ।ନେସିଆ ସମ୍ପର୍କ ମଜବୁତ ଥିବା ବେଳେ ଏହି ସମ୍ପର୍କକୁ ଆହୁରି ଯୋଡିବାକୁ ପ୍ରୟାସ ହୋଇଛି । ଆଉ ଏହି ପ୍ରୟାସ କରିଛନ୍ତି କଟକର ଜଣେ ଯୁବକ ସାରାଂଶ ଦାସ । ବିଭିନ୍ନ ଦେଶ ବୁଲି ବୁଲି ସାରାଂଶ ଯାଦୁ ବିଦ୍ୟା ପ୍ରଦର୍ଶନ କରିଥିଲେ ।
୧୧ ବର୍ଷ ହେବ ଏହି ଯାଦୁବିଦ୍ୟା ଶିଖିଥିଲେ। ଆନ୍ତର୍ଜାତିକ ଯାଦୁଗରୀ କାର୍ୟ୍ୟକ୍ରମରେ ୯ ଟି ଦେଶ ଅଂଶଗ୍ରହଣ କରିଥିଲାବେଳେ ଏହା ଭିତରେ ଥିଲେ ଓଡିଶାର ଏକମାତ୍ର ଯୁବକ ସାରାଂଶ । ପର୍ୟ୍ୟାୟକ୍ରମେ ଭାରତ ଏବଂ ଇଣ୍ଡୋନେସିଆର ମ୍ୟାଜିକ୍ କୋଲାବେରେଟ୍ ମାଧ୍ୟମରେ ରାଜ୍ୟ ତଥା ଦେଶ ପାଇଁ ଆଣିଛନ୍ତି ଗୌରବ।
କୋଭିଡ୍ ମହାମାରୀ ସମୟରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ସାରାଂଶ ଙ୍କର ଏଭଳି ପ୍ରୟାସରେ ପରିବାରଙ୍କ ମଧ୍ୟରେ ଢେର୍ ଉତ୍ସାହ ଏବଂ ଆନନ୍ଦ ଖେଳିଯାଇଛି ।
କଟକର ଏହି ଯୁବ ଯାଦୁଗର ସାରାଂଶଙ୍କ ର ଏଭଳି ପ୍ରୟାସ ରାଜ୍ୟବାସୀଙ୍କୁ ଖୁସି ଆଣି ଦେବା ସହ ଦୁଇ ଦେଶର ପୁରାତନ ସମ୍ପର୍କ ଏବଂ ବନ୍ଧୁତ୍ୱ ଓ ସଂସ୍କୃତି ପରମ୍ପରାକୁ ଆହୁରି ନିବି ଡ଼ ରଖିବ ।
Comments are closed.