Latest Odisha News

BREAKING NEWS

ବିଧାନସଭାରେ ଭୋ ଭୋ ହୋଇ କାନ୍ଦିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡୁ ସଭାରେ କାନ୍ଦିଲେ । ସଭାରେ ଭୋ ଭୋ ହୋଇ କାନ୍ଦିବା ସହ ତାଙ୍କୁ ନେଇ କୁଆଡେ ଚର୍ଚ୍ଚା ଆରମ୍ଭ ହୋଇଛି ବୋଲି କହିଛନ୍ତି । ୱାଇଏସଆର କଂଗ୍ରେସ ଦଳର ସଦସ୍ୟମାନେ ତାଙ୍କୁ ଅପମାନ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।ଆଉ ବିଧାନସଭାରେ ସେ ପ୍ରବେଶ କରିବେ ନାହିଁ ବୋଲି କହିଛନ୍ତି । ନାଇଡୁ କହିଛନ୍ତି କି କଂଗ୍ରେସ ଦଳର ସଦସ୍ୟମାନେ ତାଙ୍କ ସ୍ତ୍ରୀଙ୍କୁ ଅପମାନ କରିଛନ୍ତି । ଏହି କାରଣରୁ ସେ ଏପରି ନିଷ୍ପତି ନେଇଥିଲ ।ଏହି ସଭାରେ ମଧ୍ୟ ଯୋଗଦେବେ ନାହିଁ ବୋଲି ଚନ୍ଦ୍ରବାବୁ କହିଛନ୍ତି ।

ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭାରେ ମହିଳା ସଶକ୍ତିକରଣ ଉପରେ ବିତର୍କ ସମୟରେ, ୭୧ ବର୍ଷୀୟ ନାଇଡୁ ୱାଇଏସଆର ସଦସ୍ୟଙ୍କ ଦ୍ୱାରା ତାଙ୍କୁ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଦିଆଯାଇଥିବା ଅପମାନଜନକ ମନ୍ତବ୍ୟକୁ ନେଇ ବିବ୍ରତ ହେବା ସହିତ କାନ୍ଦି ପକାଇଥି‌ଲେ। ସେ ଏତେ ଜୋରରେ କାନ୍ଦୁଥିଲେ ଯେ ତାଙ୍କ କଣ୍ଠ ଖୋଲିନଥିଲା। ଏପରିକି ସେ ବହୁ ସମୟ ଧରି ଦୁଇ ହାତରେ ନିଜ ମୁହଁକୁ ଲୁଚାଇ ରଖିଥିଲେ । କହିଥିଲେ, ୪୦ ବର୍ଷ ରାଜନୈତିକ ଜୀବନରେ ଏମିତି କଷ୍ଟ କେବେ ହୋଇ ନଥିଲା। ଶାସକ ଏବଂ ବିରୋଧୀଙ୍କ ବିତର୍କ ଶୁଣିଛି । କିନ୍ତୁ ବିରୋଧୀଙ୍କୁ ଏମିତି ଅପମାନ କରିବା କେବେ ଦେଖି ନଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.