Latest Odisha News

ସବୁ ଫର୍ମାଟରୁ ଅବସର ନେଲେ ମିଷ୍ଟର ୩୬୦ ଡିଗ୍ରୀ

ଡର୍ବାନ: ଦକ୍ଷିଣ ଆଫ୍ରିକା ତଥା ବିଶ୍ୱର ଲୋକପ୍ରିୟ କ୍ରିକେଟ ଖେଳାଳି ଏବି ଡିଭିଲର୍ସ ଆଜି ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୦୧୮ରୁ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ମିଷ୍ଟର ୩୬୦ ଡିଗ୍ରର ଭାବେ ପରିଚିତ ଏହି ବ୍ୟାଟ୍ସମ୍ୟାନ ଆଗକୁ ଆଉ ଫ୍ରାଂଚାଇଜ କ୍ରିକେଟ ବି ଖେଳିବେ ନାହିଁ । ୩୭ ବର୍ଷ ପରେ ମୋର ଉତ୍ସାହ ଧୀରେ ଧୀରେ କମିବାରେ ଲାଗିଛି । ମୋ କ୍ରିକେଟ କ୍ୟାରିୟରରେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛି ଏବଂ ସହଯୋଗ ପାଇଛି ସେମାନଙ୍କୁ କେବେ ହେଲେ ଭୁଲିପାରିବି ନାହିଁ ବୋଲି ଏବିଡି କହିଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଭାବ ପ୍ରବଣ ହୋଇ ଟୁଇଟ କରିଛନ୍ତି ଯେ, ଆମ ସମୟର ଶ୍ରେଷ୍ଠ ଖେଳାଳି, ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଆରସିବିକୁ ଯାହା ଦେଇଛ ତାହା କେହି ଭୁଲିପାରିବି ନାହିଁ । ଆଗକୁ ମଧ୍ୟ ଆମ ସମ୍ବନ୍ଧ ବଳବତର ରହିବ । ତୁମେ ନିଶ୍ଚିତ ଭାବେ ତମ ପରିବାର ପାଇଁ ଉପଯୁକ୍ତ ପଦକ୍ଷେପ ନେଇଥିବ । ଆଇ ଲଭ ୟୁ… ଏହାର ଜବାବରେ ଡିଭିଲର୍ସ ଲେଖିଥିଲେ ଲଭ ୟୁ ଠୁ.. । ସେ ଟେଷ୍ଟରେ ୫୦.୬୬ ଆଭରେଜରେ ୮୭୬୫ରନ, ଦିନିକିଆରେ ୫୩.୫ରେ ୯୫୭୭ ଏବଂ ଟି୨୦ରେ ୨୬.୧୨ ଆଭରେଜରେ ୧୬୭୨ ରନ ସଂଗ୍ରହ କରିଛନ୍ତି ।

Comments are closed.