Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୩ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୁଇଟି ବିଶେଷ ଗୁଣ ହେଲା ଭକ୍ତଙ୍କୁ ଅଖଣ୍ଡ ଆନନ୍ଦ ଦାନ ଏବଂ ସର୍ବ ଦୁଃଖ ଖଣ୍ଡନ ।

ସେଥିପାଇଁ ସ୍କନ୍ଦ ପୁରାଣ କହେ “ଖଣ୍ଡନାତ ସର୍ବ ଦୁଃଖl ନାମ ଖଣ୍ଡିନନ୍ଦ ଦାନତଃ, ସ୍ଵଭାଵ ଦାରୁରୂପମ ହି ପରଂବ୍ରହ୍ମ ଭିଧୀୟତେ। “

ପ୍ରତ୍ୟେକ ଜୀବର ଅସ୍ତିତ୍ୱ ତାର ଆତ୍ମା । କାରଣ ଆତ୍ମା ଜୀବର ରକ୍ଷକ ଓ ପୋଷକ । ତେଣୁ ପ୍ରତ୍ୟେକ ମନୁଷ୍ୟ ଯେତେବେଳେ ନିଜକୁ ଦେହ ନୁହେଁ ଦେହୀ ବୋଲି ଉପଲବ୍ଧି କରିପାରିବେ, ସେତେବେଳେ ବ୍ରହ୍ମ ଓ ପରଂବ୍ରହ୍ମଙ୍କ ସମ୍ପର୍କ କୁ ଉପଲବ୍ଧି କରିପାରେ । କିନ୍ତୁ ଆହାର, ନିଦ୍ରା, ଭୟ ଓ ମୈଥୁନକୁ ଆଧାର କରିଥିବା ଦେହ ବିକାରଗ୍ରସ୍ତ । ଏହା ଦାହ ଯୋଗ୍ୟ, ତେଣୁ ଏହାର ନାମ ଦେହ (ନାଶବାନ ) । ମାତ୍ର ଏହାର ପୋଷଣକାରି ଦେହୀ (ଆତ୍ମା )ଅବିନାଶୀ, ଅପ୍ରମେୟ. ସେଥିପାଇଁ ମନବୋଧ ଚୌତିଶା କହେ :

ଛାର ଦେହକୁ ମନ କରୁଛୁ ସଜ,
ଛନ୍ଦ କପଟ ତେଜି ଗୋବିନ୍ଦ ଭଜ ।

କାରଣ ଗୋବିନ୍ଦ (ଜଗନ୍ନାଥ ) ହେଲେ ପ୍ରାଣର ପ୍ରାଣ, ମନର ମନ, ଇନ୍ଦ୍ରୀୟମାନଙ୍କ ଇଦ୍ରୀୟ ଅର୍ଥାତ ପ୍ରତ୍ୟେକର ଅନ୍ତର୍ନିହିତ ଶକ୍ତି ପ୍ରଦାନକାରୀ । ଏହି ଶକ୍ତିର ଅନୁପସ୍ଥିତିରେ ମଣିଷ ଅସ୍ଥିର (ସ୍ଥିତି ହୀନ) ମଣିଷର ଶେଷ ଆଶ୍ରୟ । “ଦେହବୋଧରୁ ମୁକ୍ତି ଓ ଆତ୍ମବୋଧରେ ଗତି ।” ଏହା କେବଳ ଭଗବତ (ଜଗନ୍ନାଥ )ଶରଣ ଦ୍ୱାରା ସମ୍ଭବ । ନିଜର ସମସ୍ତ କର୍ମ, ଚିନ୍ତା ଓ ଚେତନକୁ ଈଶ୍ୱରାପ୍ରୀତ କରି ତାଙ୍କ (ଜଗନ୍ନାଥ )ଶରଣ ନେଲେ ଭଗବତ ବୋଧର ଆଭାସ ମିଳିବ । ଜୟ ଜଗନ୍ନାଥ

Leave A Reply

Your email address will not be published.