ପୁରୀ : ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜିଠୁ ଆରମ୍ଭ ହେଲା ପିତୃପକ୍ଷ । ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଆରମ୍ଭ ହୋଇଛି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ । ଶ୍ରୀମନ୍ଦିରରେ ଭକ୍ତଙ୍କ ଭାରି ଭିଡ । ଦୀର୍ଘ ୧୫ ଦିନ ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏହି ତର୍ପଣ କରାଯିବାର ବିଧି ରହିଛି । ଆସନ୍ତା ମହାଳୟା ଅମାବାସ୍ୟା ଯାଏ ଏହି ପକ୍ଷ ରହିବ । ପୂର୍ବରୁ ବାଇଶି ପାହାଚରେ ଏହି କର୍ମ ହେଉଥିଲା । ପ୍ରଶାସନ ଏହା ଉପରେ ରୋକ ଲଗାଇବା ପରଠାରୁ ତୀର୍ଥ ପୁଷ୍କରିଣୀ ଓ ଶ୍ରୀମନ୍ଦିର ଉତର ଦ୍ୱାର ମେଘନାଦ ପାଚେରୀ ନିକଟରେ ବସି ତର୍ପଣ ଓ ପିଣ୍ଡଦାନ କରିଆସୁଛନ୍ତି । ସେହିପରି ଏହି ପକ୍ଷରେ ଘରେ ଶୁଦ୍ଧ ନିରାମିଶ ଖାଇବା ଉଚିତ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମତ ରଖିିଛନ୍ତି । ହିନ୍ଦୁ ପରମ୍ପରାରେ ମହାଳୟା ହେଉଛି ଶ୍ରେଷ୍ଠତମ ଶ୍ରାଦ୍ଧ । ଏହି ଅବସରରେ ପିତୃପକ୍ଷରେ ଯେକୌଣସି ଦିନ ନିଜ ସାଧ୍ୟମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଆଶ୍ୱିନ ମାସର ପ୍ରଥମ ପକ୍ଷକୁ ପିତୃପକ୍ଷ ବା ପିତୃପର୍ବ ବୋଲି ମଧ୍ୟ କୁହାଯାଏ । ଚତୁର୍ଦ୍ଦଶି ଯାଏ ତର୍ପଣ ପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ । ଏହାଦ୍ୱାରା ବଂଶର ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ତର୍ପଣ କରୁଛନ୍ତି ସେମାନେ କେଶ କାଟିବା ଅନୁଚିତ । ଏହାଦ୍ୱାରା ଅନିଷ୍ଟ ହୁଏ ବୋଲି ଲୋକ ବିଶ୍ୱାସ ରହିଛି ।
BREAKING NEWS
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ
- Maa Manikeswari’s Chhatra Yatra:ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା;ନଜର ରଖିବ ୨୫ଟି ସିସିଟିଭି,ଡ୍ରୋନ୍
- ହାର୍ଦ୍ଦିକଙ୍କ ବିକଳ୍ପ ଖୋଜିବା ବନ୍ଦ କରିବାକୁ ପୂର୍ବତନ ଅଧିନାୟକ ଗାଭାସ୍କରଙ୍କ ଟିମ୍ ଇଣ୍ଡିଆକୁ ପରାମର୍ଶ
- ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ
- Internet Restriction: ‘ସୁରକ୍ଷା ସହ ସ୍ୱାଧୀନତା ବି ନିହାତି ଜରୁରୀ’, ପିଲାଙ୍କ ଇଣ୍ଟରନେଟ୍ ବ୍ୟାନ୍କୁ ସୁପ୍ରିମକୋର୍ଟଙ୍କ ନା!
- Kolkata Stampede Odisha Alert: କୋଲକାତା ଦଳାଚକଟା ଦେଖି ଓଡ଼ିଶା ପୋଲିସ ମନରେ ଛନକା! ଆଗୁଆ ଭିଡ଼ିଲେ ଅଣ୍ଟା, ପୂଜା ମଣ୍ଡପରେ କଡ଼ା ସୁରକ୍ଷା…

Comments are closed.