Latest Odisha News

BREAKING NEWS

ଉନ୍ମୋଚିତ ହେଲା ସୂର୍ଯ୍ୟମଣି ମିଶ୍ରଙ୍କ “କ୍ଷମତାର ଚରିତ୍ର”

ଭୁବନେଶ୍ୱର : ପେନ ଇନ୍ ବୁକ୍ସ ଆନୁକୂଲ୍ୟରେ ସ୍ଥାନୀୟ ଏକ ହୋଟେଲରେ ପ୍ରାବନ୍ଧିକ ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଙ୍କଳନ “କ୍ଷମତାର ଚରିତ୍ର” ଉନ୍ମୋଚିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବି ହର ପ୍ରସାଦ ଦାସ, କଥାଶିଳ୍ପୀ ଦାଶ ବେହେହୁର, ବରିଷ୍ଠ ସାମ୍ବାଦିକ ଭାସ୍କର ପରିଚ୍ଛା, ଯୁବ ଉଦ୍ୟୋଗୀ ଗୌରୀ ଶଙ୍କର ମହାପାତ୍ର , ଲେଖକ ସୂର୍ଯ୍ୟମଣି ମିଶ୍ର ଏବଂ ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଯୋଗଦେଇ ବର୍ତ୍ତମାନ ସମାଜରେ ସ୍ତମ୍ଭକାରର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ସ୍ତମ୍ଭକାର ମୁକ୍ତ ଓ ମୌଳିକ ଚିନ୍ତା ମାଧ୍ୟମରେ ସମାଜରେ ଏକ ବିକଳ୍ପ ବିମର୍ଶର ସୂତ୍ରପାତ କେବଳ ସ୍ତମ୍ଭକାର କରିପାରିବ ଏବଂ ମଧ୍ୟବର୍ଗକୁ ଚେତାଇବାର ଦାୟିତ୍ବ କେବଳ ଜଣେ ସ୍ତମ୍ଭକାର ହିଁ ଗ୍ରହଣ କରିପରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ବରିଷ୍ଠ ସାମ୍ବାଦିକ ଓ ଲେଖକ ଭାସ୍କର ପରିଚ୍ଛା ଉନ୍ମୋଚିତ ପୁସ୍ତକର ସମୀକ୍ଷା କରି କହିଥିଲେ ଯେ ପୂର୍ବରୁ ପ୍ରକାଶିତ ଶ୍ରୀ ମିଶ୍ରଙ୍କର ସ୍ତମ୍ଭଗୁଡ଼ିକ ମୁଖ୍ୟତଃ ରାଜନୈତିକ ବିଚାରର ଅଧୋଗତି, ସାମାଜିକ ଦ୍ବନ୍ଦ୍ବ ଓ ଧର୍ମ, ଜାତି ଓ ସଭ୍ୟତାର ଅନ୍ୟାନ୍ୟ ବିଭାଜନ ଉପରେ ପର୍ଯ୍ୟବେଷିତ । ନିଜର ଦୀର୍ଘ ଦିନର ସାମ୍ବାଦିକତା ମଧ୍ୟରେ ସେ କେବେ ବି ନିଜର  ଚିନ୍ତାଧାରାରୁ ବିମୁଖ ନ ହୋଇ ଜଣେ ସଚ୍ଚୋଟ ପ୍ରାବନ୍ଧିକାରର ଦାୟିତ୍ୱ ନିର୍ବାହ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡାଙ୍କ ପ୍ରାରମ୍ଭିକ ସୂଚନା ପ୍ରଦାନ ଦେବା ସହ ସଭାପତିତ୍ବ କରିଥିଲେ ଏବଂ କବି ଗିରୀଶ ରଂଜନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବହୁ ସଂଖ୍ୟାରେ ଲେଖକ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ସ୍ତମ୍ଭକାର ଯୋଗ ଦେଇଥିଲେ।

Leave A Reply

Your email address will not be published.