Latest Odisha News

BREAKING NEWS

ନକଲି ଥାନା ଅଧିକାରୀ ଗିରଫ

ଖଲ୍ଲିକୋଟ : ଲୋକଙ୍କୁ ଧମକ ଦେଉଥିଲେ ହେଲେ ପୋଲିସ ହାତରେ ଧରାପଡିଗଲେ । ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମାଲିକଙ୍କ ନାମ କହି ସାଧାରଣ ଲୋକଙ୍କୁ ଦେଉଥିଲେ ଧମକ । ଫୋନ ରେକଡିଂ ଭାଇରାଲ ହେବାପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଚିକିଲି ଗାଁର ସୁନୀଲ କୁମାର ଗୌଡ । କୌଣସି ଏକ ଘଟଣାକୁ ନେଇ ଭରସା ଗାଁର ଅର୍ଜୁନ ସେଠୀଙ୍କୁ ଫୋନ ଯୋଗେ ସୁନୀଲ ଖଲ୍ଲିକୋଟ ଥାନା ଅଧିକାରୀ କହି ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିଲେ । ଘରୁ ଉଠାଇ ନେଇ କେସରେ ଫସାଇଦେବି କହି ଧମକାଉଥିଲେ । ବାରମ୍ବାର ଧମକ ଶୁଣିବା ପରେ ଅର୍ଜୁନ ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଜଗନ୍ନାଥ ମାଲିକ ଖବର ପାଇବ ପରେ ତଦନ୍ତ କରି ଚିକିଲି ଗାଁ ର ସୁନୀଲ କୁମାର ଗୌଡଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.