ଖଲ୍ଲିକୋଟ : ଲୋକଙ୍କୁ ଧମକ ଦେଉଥିଲେ ହେଲେ ପୋଲିସ ହାତରେ ଧରାପଡିଗଲେ । ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମାଲିକଙ୍କ ନାମ କହି ସାଧାରଣ ଲୋକଙ୍କୁ ଦେଉଥିଲେ ଧମକ । ଫୋନ ରେକଡିଂ ଭାଇରାଲ ହେବାପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଚିକିଲି ଗାଁର ସୁନୀଲ କୁମାର ଗୌଡ । କୌଣସି ଏକ ଘଟଣାକୁ ନେଇ ଭରସା ଗାଁର ଅର୍ଜୁନ ସେଠୀଙ୍କୁ ଫୋନ ଯୋଗେ ସୁନୀଲ ଖଲ୍ଲିକୋଟ ଥାନା ଅଧିକାରୀ କହି ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିଲେ । ଘରୁ ଉଠାଇ ନେଇ କେସରେ ଫସାଇଦେବି କହି ଧମକାଉଥିଲେ । ବାରମ୍ବାର ଧମକ ଶୁଣିବା ପରେ ଅର୍ଜୁନ ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଜଗନ୍ନାଥ ମାଲିକ ଖବର ପାଇବ ପରେ ତଦନ୍ତ କରି ଚିକିଲି ଗାଁ ର ସୁନୀଲ କୁମାର ଗୌଡଙ୍କୁ ଗିରଫ କରିଥିଲେ ।
BREAKING NEWS
- ପୂର୍ବରୁ ଭାରତ ସହ ଟ୍ରେଡ ଡିଲ୍ କେହି କରୁନଥିଲେ କିନ୍ତୁ ଏବେ…
- ଏଫଆଇଏଚ ପ୍ରୋ ହକି ଲିଗ: ଭାରତୀୟ ଦଳରେ ଓଡିଶାର ୫ଜଣଙ୍କୁ ସୁଯୋଗ
- Blast In Coal Mine: କୋଇଲା ଖଣିରେ ବଡ଼ ବିସ୍ଫୋରଣ; ୧୬ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଅନେକ ଫସି…
- ବେନ ଷ୍ଟୋକ୍ସ ଗୁରୁତର ଆଘାତପ୍ରାପ୍ତ
- ଆଇଏଏସ ସ୍ତରରେ ଅଦଳବଦଳ
- ଆମ ସାଥୀ WhatsApp bot ବ୍ୟବସ୍ଥାର ଲୋକାର୍ପଣ; ଗୁରୁତ୍ବପୂର୍ଣ୍ଣ ରାଜସ୍ବ ସେବା ଉପଲବ୍ଧ ହେବ
- ଗମ୍ଭୀର କୋଚ ହେବା ପରେ ଡ୍ରେସିଂ ରୁମରେ କଣ ପରିବର୍ତନ ହୋଇଛି କହିଲେ ସୂର୍ଯ୍ୟକୁମାର
- ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆକ୍ରମଣ ଆଶଙ୍କା ଥିଲା; କାହିଁକି ଏଭଳି କହିଲେ ଓମ୍ ବିର୍ଲା…
- ଖୁଜଲି vs ଅବୋଧ ବାଳକ; ରାଜ୍ୟସଭାରେ ପରସ୍ପର ଉପରେ ବର୍ଷିଲେ ନଡ୍ଡା ଓ ଖର୍ଗେ
- Maoists Surrender: ଆତ୍ମସମର୍ପଣ କଲେ ୧୨ ସକ୍ରିୟ ମାଓବାଦୀ; ମୁଣ୍ଡରେ ଥିଲା ୪୬ ଲକ୍ଷ
Comments are closed.