Latest Odisha News

ଜେଏସଡବ୍ଲ୍ୟୁ କମ୍ପାନୀ ପାଇଁ ଢ଼ିଙ୍କିଆ ପଞ୍ଚାୟତ ଲୋକଙ୍କ ମତ ନେଲା ଜିଲ୍ଲା ପ୍ରଶାସନ

ପାରାଦୀପ : ଜେଏସଡବ୍ଲୁ କମ୍ପାନୀ ପାଇଁ ଢ଼ିଙ୍କିଆ ପଞ୍ଚାୟତ ଲୋକଙ୍କ ମତ ନେଇଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଢ଼ିଙ୍କିଆ ପଞ୍ଚାୟତ ଅଫିସ୍ ପଡ଼ିଆରେ ଆୟୋଜିତ ବୈଠକରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୁୟାରୀ, ଏସପି ଅଖିଳେଶ ସିଂ, ବାଲିକୁଦା-ଏରସମା ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସହ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି, ଏରସମା ବିଡିଓ ଓ ତହସିଲଦାରଙ୍କ ଉପସ୍ଥିତ ରହି ଲୋକଙ୍କ ସହ ଆଲୋଚନା କରିଥିଲେ ।

ହେଲେ ବୈଠକ ଆରମ୍ଭରୁ ଜେଏସଡବ୍ଲ୍ୟୁ କମ୍ପାନୀ ଅଧିକାରୀଙ୍କ ଉପସ୍ଥିତିକୁ ନେଇ ବିବାଦ ଦେଖା ଦେଇଛି । ଢ଼ିଙ୍କିଆ ସମିତି ସଭ୍ୟ ଦୀର୍ଘ ସମୟ ଧରି ମାଇକ ନ ଛାଡ଼ିବାରୁ ସଭା ପରିଚାଳନା କରୁଥିବା ଏରସମା ବିଡ଼ିଓ ସଭା ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି କହିଥିଲେ । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ତେବେ ଆଲୋଚନା ପରେ ବିବାଦର ସମାଧାନ ହୋଇଥିଲା । ପୋସ୍କୋ କମ୍ପାନୀ ସମୟରୁ ଢ଼ିଙ୍କିଆ ପଞ୍ଚାୟତରେ ଘୋର ବିରୋଧ କରାଯାଇଥିଲା । ଆଉ ଏବେ ଜେଏସଡବ୍ଲ୍ୟୁ କମ୍ପାନୀକୁ ନେଇ ମଧ୍ୟ ଆରମ୍ଭ ହୋଇଛି ବିରୋଧ । ତେବେ ବିରୋଧୀଙ୍କ ଗଡରେ ପ୍ରଶାସନର ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.