Latest Odisha News

BREAKING NEWS

ନୂତନ ପୋଲ ସଂଯୋଗ ପାଇଁ ଉଚ୍ଛେଦ, ୧୫ ପରିବାର ବିସ୍ଥାପିତ

ବାରିପଦା: ନୂତନ ପୋଲ ସଂଯୋଗ ପାଇଁ ଉଚ୍ଛେଦ, ୧୫ ପରିବାର ବିସ୍ଥାପିତ । ରାଜ୍ୟ ରାଜପଥ ବାରିପଦା ପୋଡାଅସ୍ତିଆ ଠାରେ ଏକ ନୂତନ ପୋଲର ସଂଯୋଗୀ କରଣ କାର୍ଯ୍ୟ ଆରମ୍ଭ ହେବ । ଜିଲ୍ଲା ପ୍ରଶାସନ ମୋଟ ୪୦ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରିଛି । ଦୀର୍ଘ ଦିନ ହେବ ଲୋକେ ଏଠାରେ ରହିଆସୁଥିବା ବେଳେ ପ୍ରଶାସନ ବିନା ଥଇଥାନରେ ଉଚ୍ଛେଦ କରିବାରୁ ବାସିନ୍ଦା ଦୁଃଖ କରିଛନ୍ତି ।

ଉଚ୍ଛେଦ କାର୍ଯ୍ୟରେ ବାରିପଦା ତହସିଲଦାର, ପୂର୍ତ୍ତ ବିଭାଗ, ମୁନିସିପାଲଟି ଓ ବିଦ୍ୟୁତ ବିଭାଗ ଅଧିକାରୀ ଉପସ୍ଥିତ ରହିଥିଲେ । ତେବେ ବିସ୍ଥାପିତ ହେଉଥିବା ୧୫ ପରିବାର ବୁଢ଼ାବଳଙ୍ଗ ପୋଲର ଉତ୍ତର ପାର୍ଶ୍ଵରେ ଦୀର୍ଘ ୩୦ ବର୍ଷ ଧରି ରହି ଆସୁଥିଲେ । ଏହି ସ୍ଥାନରେ ସେମାନଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ପାନୀୟଜଳ, ପକ୍କାରାସ୍ତା, ଅଧାରକାର୍ଡ ଓ ରେସନକାର୍ଡ ଆଦି ଯୋଗାଇ ଦିଆଯାଇଛି ।

ପୂର୍ବରୁ ଏହି ସ୍ଥାନରେ ସରକାରଙ୍କ ପକ୍ଷରୁ ବସ୍ତିବାସିନ୍ଦଙ୍କୁ ପଟ୍ଟା ପ୍ରଦାନ ନିମନ୍ତେ ଡ୍ରୋନ କେମେରା ମାଧ୍ୟମରେ ସର୍ଭେ କରାଯାଇଥିଲା।

Leave A Reply

Your email address will not be published.