Latest Odisha News

BREAKING NEWS

ଗୌତମ ଗମ୍ଭୀରଙ୍କୁ ଆତଙ୍କୀ ସଂଗଠନର ହତ୍ୟା ଧମକ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ISIS କାଶ୍ମୀର ନାଁରେ ଜୀବନରେ ମାରି ଦେବାକୁ ଧମକ ଆସିଛି । ଏନେଇ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଗୌତମ ଗମ୍ଭୀର । ଏହାପରେ ଖୋଳତାଡ ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ମଧ୍ୟ ଦିଲ୍ଲୀ ଡିସିପି କହିଛନ୍ତି , ଗୌତମ ଗମ୍ଭୀରଙ୍କ ଅଭିଯୋଗରେ ପରେ ତାଙ୍କ ବାସଭବନରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି ।

ଦିଲ୍ଲୀ ପୋଲିସ ନିକଟରେ ଗୌତମ ଗମ୍ଭୀର କରିଥିବା ଅଭିଯୋଗ ଅନୁସାରେ, ISIS କାଶ୍ମୀର ପକ୍ଷରୁ ତାଙ୍କୁ ଧମକ ମିଳିଛି । ଇ-ମେଲ୍ ଯୋଗେ ମିଳିଛି ହତ୍ୟା ଧମକ । ଆତଙ୍କୀ ସଂଗଠନ ତାଙ୍କୁ ଓ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଇଛି । ଏନେଇ ଗମ୍ଭୀରଙ୍କ ପିଏସ୍ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।

ଏହି ଘଟଣା ପରେ ଗମ୍ଭୀରଙ୍କ ଘର ଆଗରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଇ-ମେଲ୍ ତଥ୍ୟ ଆଧାରରେ ଖୋଳତାଡ ଚଳାଇଛି ଦିଲ୍ଲୀ ପୋଲିସ । କିଏ ଓ କାହିଁକି ଏଭଳି ଧମକପୂର୍ଣ୍ଣ ଇ-ମେଲ୍ ପଠାଇଲା ତଦନ୍ତ ଜାରି ରହିଛି । ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଅଛନ୍ତି ।

Leave A Reply

Your email address will not be published.