Latest Odisha News

BREAKING NEWS

ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ , ୬ ଘଣ୍ଟା ଧରି ଚାଲିଲା ପଚରା ଉଚରା

ଭୁବନେଶ୍ୱର : ଗୋପାଳପୁର ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଇଡି ଆଜି ୬ ଘଣ୍ଟା ଧରି ପଚରା ଉଚରା କରିଛି । ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ତାଙ୍କୁ ଜେରା କରାଯାଇଥିଲା । ଅଭୟ କାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଜେରା ବେଳେ ଶ୍ରୃତିଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା କାରବାର ହୋଇଥିବା ଜଣାପଡିଥିଲା । ଏହି ଦିଗ ନେଇ ଆଜି ଶ୍ରୁତିଙ୍କୁ ଜେରା କରାଯାଇଥିଲା । ଶ୍ରୁତି ଟଙ୍କା କାରବାର ନେଇ କଣ ଜାଣିଛନ୍ତି । ତାଙ୍କର କଣ ସୃପୃକ୍ତି ରହିଛି ।ଇଡି ଆଗରେ ଏମିତି ଅନେକ ପ୍ରଶ୍ନର ସାମ୍ନା କରିଥିଲେ ଶ୍ରୃତି । ହେଲେ ଏନେଇ ଇଡି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଆଗରୁ ଶ୍ରୁତି ବିବାହ କରିବାକୁ ଯାଉଥିବା ଆକାଠ ପାଠକ ଓ ତାଙ୍କ ବାପା ଅଭୟକାନ୍ଡ ପାଠକକୁ ଇଡି ଜେରା କରିଛି । ୬ ଘଣ୍ଟା ଜେରା ପରେ ବାହାରିଥିଲେ ଶ୍ରୃତି । ହେଲେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ସେ । ଆକାଶ ପାଠକ ଠକେଇ ଲିଙ୍କ୍ ମାମଲାରେ ଗୋପାଳପୁର ପୂର୍ବରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା ।ଟଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଆକାଶ ଲୋକମାନଙ୍କୁ ଠକୁଥିଲେ । ଏନେଇ ତାଙ୍କ ନାଁରେ ସଙ୍ଗୀନ ଦଫା ଲାଗିଛି ।

Leave A Reply

Your email address will not be published.