Latest Odisha News

BREAKING NEWS

ଯାଜପୁରରେ ୬୫ଟି ରୂୂପାନ୍ତରିତ ହାଇସ୍କୁଲକୁ ଅନଲାଇନ୍ ଦ୍ୱାରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଯାଜପୁର: ଆସନ୍ତାକାଲି ଯାଜପୁର ଜିଲ୍ଲାର ୬୫ଟି ରୂପାନ୍ତରିତ ହାଇସ୍କୁଲକୁ ଅନଲାଇନ ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଯାଜପୁରର ବିରଜା ହାଇସ୍କୁଲ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଶିକ୍ଷାର ମାନଦଣ୍ଡ ବୃଦ୍ଧି କରିବାକୁ ପ୍ରୟାସ କରିବା ପାଇଁ ଯୋଜନା କରାଯାଉଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତିମାନ କରାଯାଉଛି । ଆସନ୍ତକାଲି ଅପରାହ୍ନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ । ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ସ୍କୁଲ ପରିସରରେ ବିଭିନ୍ନ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏକାଧିକ ଥର ସ୍କୁଲକୁ ଯାଇ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.