Latest Odisha News

BREAKING NEWS

ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ତ୍ୱରାନ୍ୱିତ ପାଇଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ତ୍ୱରାନ୍ୱିତ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ମୋଦି ସରକାରଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ ଯୋଗାଯୋଗ ତଥା ସଂଯୋଗୀକରଣରେ ବିକାଶର କାମ ତ୍ୱରାନ୍ୱିତ ହୋଇଛି ।

ରାଜ୍ୟବାସୀଙ୍କ ୫ଦଶନ୍ଧିର ଦାବି ପୂରଣ ପାଇଁ ସମସ୍ତ ବାଧାବିଘ୍ନକୁ ହଟାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ସୁନାଖଣି ଓ ସମଲ ଷ୍ଟେସନ ମଧ୍ୟରେ ଥିବା ବାରୁଆଁ ପାହାଡ଼ର ୮୪୦ମିଟର ଲମ୍ବ ସୁଡ଼ଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

୧,୯୨୮ କୋଟି ଖର୍ଚ୍ଚରେ ୧୪୯.୭୮ କିମି ଏହି ରେଳ ଲାଇନ ପ୍ରକଳ୍ପ ଓଡ଼ିଶାର ଖଣି ଅଞ୍ଚଳରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବ । ରାଉରକେଲା ଓ ତାଳଚେର ମଧ୍ୟରେ ଦୂରତା ହ୍ରାସ ହେବ ଏବଂ ତାଳଚେର ଓ ରାଜ୍ୟର ଅର୍ଥନୀତିକୁ ଗତି ଦେବ । ୧୬.୩୧ କିମିର ସୁନାଖଣି-ସମଲ ଓ ସମଲ-ପରବିଲ୍ ୨ଟି ବ୍ଲକ ସେକ୍ସନକୁ ୨୦୨୧-୨୨ରେ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ କାର୍ଯ୍ୟର ବିକାଶକୁ ପ୍ରାଥମିକତା ଦିଆଯାଇଛି ବୋଲି ଟୁଇଟ କରି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.