ବ୍ରହ୍ମପୁର :ବ୍ରହ୍ମପୁର ଶ୍ୱଶୁର ଘର ସାମ୍ନାରେ ବୋହୂ ତପସ୍ୱିନୀ ଧାରଣା ଦେବା ଘଟଣା । ଆଜି ପୁଣି ଥରେ କୋର୍ଟରେ ପହଁଚିଛନ୍ତି ବୋହୂ ସପସ୍ୱିନୀ । ସ୍ୱାମୀ ସୁମିତ ସାହୁ ଓ ଶ୍ୱଶୁର ପ୍ରମୋଦ ସାହୁ ମଧ୍ୟ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ପହଁଞ୍ଚିଛନ୍ତି । ନିଜର ହକ୍ ପାଇଁ ୯ ଦିନ ହେବ ଧାରଣାରେ ବସିଥିଲେ ତପସ୍ୱିନୀ । ଶ୍ୱଶୁର ଘରକୁ ପ୍ରବେଶ ନେଇ ଏସଡିଜେଏମ କୋର୍ଟରେ ଆବେଦନ କରିଥିଲେ ତପସ୍ୱିନୀ । ହେଲେ ସ୍ୱାମୀ ସୁମିତ ତାଙ୍କୁ ଗ୍ରହଣ କରିବେ କି ନାହିଁ ତାହା ଏଯାଏଁ ଫଇସଲା ହେଇନାହିଁ । ତେବେ ତପସ୍ୱିନୀଙ୍କ ମାମଲା ଆଜି କୋର୍ଟରେ ସମାଧାନ ହେବ ବୋଲି ଆଶା କରାଯାଉଛି ।ଆଜି ଏହି ମାମଲାର ଶୁଣାଣି କରିବେ ଏସଡିଜେଏମ୍ କୋର୍ଟ । ତେବେ ମାମଲାର ଶୁଣାଣି ପରେ ତପସ୍ୱିନୀଙ୍କ ଧାରଣାର ପୂର୍ଣ୍ଣଚ୍ଛେଦ ପଡିବ ବୋଲି ଆଶା କରାଯାଉଛି । ତପସ୍ୱିନୀଙ୍କ ସୁରକ୍ଷା ଓ ନ୍ୟାୟ ଦାବିରେ ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲା ମହିଳା ସୁରକ୍ଷା କମିଟି ।
BREAKING NEWS
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
- ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା ପ୍ରତ୍ୟାହୃତ
- କଟକ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପରେ ନୂଆ ରୂପ ପାଇବ ନଦୀକୂଳ: ମୁଖ୍ୟମନ୍ତ୍ରୀ
- ପଲାଶଙ୍କ ବିରୋଧରେ ୪୦ ଲକ୍ଷର ଠକେଇ ଅଭିଯୋଗ
- ରଣଜୀ ଟ୍ରଫି: ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ
Comments are closed.