Latest Odisha News

ଆସନ୍ତାକାଲିଠୁ କୋଣାର୍କ ମହୋତ୍ସବ, ଅନୁଷ୍ଠିତ ହେଲା ସାଇକ୍ଲୋଥନ୍

କୋଣାର୍କ : ଆସନ୍ତାକାଲିଠୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛି ପର୍ଯ୍ୟଟନ ବିଭାଗ । ଏହି ଅବସରରେ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ‘ମୋ କୋଣାର୍କ, ମୋ ଗର୍ବ’ ବାର୍ତ୍ତା ନେଇ ସାଇକ୍ଲୋଥନ୍ ଅନୁଷ୍ଠିତ ହୋଇଛି ।

କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ମା’ ରାମଚଣ୍ଡୀ ପୀଠ ପର୍ଯ୍ୟନ୍ତ ସାଇକ୍ଲୋଥନ ଅନୁଷ୍ଠିତ ହୋଇଥିଲା । ସାଇକ୍ଲୋଥନରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର ଶତାଧିକ ଯୁବକ ଯୁବତୀ, ପରିବେଶବିତ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ଅମୀୟ ରଞ୍ଜନ ସେଠୀ, ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଜସ୍ମିନ ଆଫ୍ରୋଜଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଭାଗୀୟ ପଦାଧିକାରୀ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ କୋଣାର୍କ ଉତ୍ସବ ।

Comments are closed.