Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ଥାନା ବାବୁ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପୋଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ପଡ଼ିଛନ୍ତି ଏବେ ଭିଜିଲାନ୍ସ ଜାଲରେ । କାରରେ ଲକ୍ଷାଧିକ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ବିନୋଦ ବିହାରୀଙ୍କୁ କାବୁ କରିଛି ଭିଜିଲାନ୍ସ । ବରଗଡ଼ ଟୋଲ ଗେଟ୍ ନିକଟରୁ ବିନୋଦଙ୍କ କାରରୁ ଭିଜିଲାନ୍ସ ୨ ଲକ୍ଷ ୬ ହଜାର ଟଙ୍କା ଜବତ କରିଛି । ଏହି ଟଙ୍କା କେଉଁଠୁ ଆସିଲା, ସେନେଇ ତନାଘନା କରୁଛି ଭିଜିଲାନ୍ସ ।

ବିନୋଦଙ୍କ ଠାରୁ ସମସ୍ତ ଟଙ୍କା ଜବତ କରାଯାଇଛି । ତେବେ ଜବତ ଟଙ୍କା ବାବଦରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନାହାନ୍ତି ଥାନା ଅଧିକାରୀ ବିନୋଦ ବିହାରୀ । ତାଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚରା କରୁଛି । ଟଙ୍କା ଜବତ ପରେ ଏକକାଳୀନ ୪ଟି ସ୍ଥାନ ବଲାଙ୍ଗିର, ସମ୍ବଲପୁର ଓ ଦେବଗଡ଼ରେ ଭିଜିଲାନ୍ସ ଟିମ୍ ରେଡ୍ କରିଛନ୍ତି । ବଲାଙ୍ଗିର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ବରେ ଭିଜିଲାନ୍ସ ଟିମ୍ କାରରୁ ଏସବୁ ଟଙ୍କା ଜବତ କରିଛି ।

Leave A Reply

Your email address will not be published.