Latest Odisha News

BREAKING NEWS

ଆଇଏସଏଲ: ଆରିଡାଇ, ରୋଡାସଙ୍କ ଡବଲ ଗୋଲ ବଳରେ ଇଷ୍ଟବେଙ୍ଗଲକୁ ହରାଇଲା ଓଡିଶା

ଭୁବନେଶ୍ୱର: ଗୋଆର ତିଳକ ମୈଦାନ ଷ୍ଟାଡିୟମରେ ମଙ୍ଗଳବାର ଆଇଏସଏଲର ଏକ ରୋମାଂଚକ ମୁକାବିଲାରେ ଓଡିଶା ଏଫସି ୬-୪ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି । ଏହା ଓଡିଶାର କ୍ରମାଗତ ଦ୍ୱିତୀୟ ବିଜୟ । ଆରିଡାଇ କାବ୍ରେରା ଓ ହେକ୍ଟର ରୋଡାସଙ୍କ ଡବଲ ଗୋଲ ବଳରେ ଓଡିଶା ଏହି ବିଜୟ ହାସଲ କରିଛି । ରୋଡାସ ୩୩ ଓ ୪୦ତମ ମିନିଟରେ ଏବଂ ଆରିଡାଇ ୭୧ ଓ ୯୦ତମ ମିନିଟରେ ଗୋଲ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇସାକା ରାଲତେ ଓ ଜାଭି ହର୍ଣ୍ଣାଣ୍ଡିଜ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ ।

ଉଭୟ ଦଳ ସମ୍ପୂର୍ଣ୍ଣ ମ୍ୟାଚରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ଇଷ୍ଟବେଙ୍ଗଲର ଡାନିୟଲ ଚୁଉକୁ ୨ଟି, ଡାରେନ ସିଡିଓଲ ଓ ସେମ୍ବୋଇ ହାଇକେପ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ । ଶେଷ ପର୍ଯ୍ୟନ୍ତ ଏହି ମ୍ୟାଚରେ ରୋମାଂଚ ଭରି ରହିଥିଲା ।

Leave A Reply

Your email address will not be published.