Latest Odisha News

BREAKING NEWS

ଭଦ୍ରକରେ ଏନକାଉଣ୍ଟର: ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଦ୍ରକ: ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ବରପଦା ନିକଟରେ ସେମାନଙ୍କ ଉପରେ ଏନକାଉଣ୍ଟର କରିଥିଲା ଭଦ୍ରକ ପୋଲିସ । ଆହତ ଦୁଇ ଅପରାଧୀ ହେଲେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ପ୍ରହଲ୍ଲାଦ ଦାସ ଓ ନୀଳଗିରି ଅଞ୍ଚଳର ସୁଶାନ୍ତ ମଲ୍ଲିକ । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି ।

୬ ଜଣ ଅପରାଧୀ ବରପଦା ନିକଟରେ ଥିବା ପୋଲିସର ଚଢ଼ାଉ କରିଥିଲା । ଏତିକିବେଳେ ଅପରାଧୀଙ୍କ ସହ ମୁହାଁମୁହିଁ ହୋଇଥିଲା ପୋଲିସ । ପୋଲିସକୁ ଦେଖି ସେମାନେ ପ୍ରଥମେ ଆକ୍ରମଣ କରିଥିଲେ । ବାଧ୍ୟ ହୋଇ ପୋଲିସ ଏନକାଉଣ୍ଟର କରିଥିଲା । ଗୁଳି ଖାଇ ଆହତ ହୋଇଛନ୍ତି ପ୍ରହ୍ଲାଦ ଓ ସୁଶାନ୍ତ । ଅନ୍ୟ ଚାରି ଜଣଙ୍କୁ ଅଟକ ରଖିଛି ପୋଲିସ ।

ସେମାନଙ୍କ ନିକଟରୁ ୪ଟି ମାଗାଜିନ୍, ୩ଟି ମାଉଜର୍, ମାରଣାସ୍ତ୍ର ଜବତ କରାଯାଇଛି । ଅଭିଯୁକ୍ତ ମାନେ ପୂର୍ବରୁ ଅନେକ ମାମଲାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି । ଏହି ଡକାୟତମାନେ ଭଦ୍ରକରେ ବିଭିନ୍ନ ଡକାୟତ ଓ ଏଟିଏମରୁ ଟଙ୍କା ଲୁଟ ଘଟଣାର ସଂପୃକ୍ତ ଥିବା ସୂଚନା ମିଳିଛି । ଅଟକ ୪ ଜଣଙ୍କୁ ଥାନାରେ ପଚରାଉଚରା ଜାରି ରଖିଛି ପୋଲିସ ।

ଗତ ୨୬ ତାରିଖ ରାତିରେ ଭଦ୍ରକ ଚରମ୍ପା ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟ ଏଟିଏମ୍‌ରେ ଟଙ୍କା ଭର୍ତ୍ତି ବେଳେ ପ୍ରାୟ ୨୯ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା । ଏହି ଲୁଟ୍‌ ମାମଲାରେ ପ୍ରହ୍ଲାଦ ଓ ସୁଶାନ୍ତ ସମ୍ପୃକ୍ତ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.