Latest Odisha News

ପୁରୀରେ ବିପୁଳ ପରିମାଣର ଚୋରା ମଦ ଓ ଗଞ୍ଜେଇ ଜବତ

ପୁରୀ: ଅବକାରୀ ବିଭାଗ ପକ୍ଷରୁ ରବିବାର ରାତିରେ ପୁରୀର ଭିନ୍ନ ଭିନ୍ନ ସ୍ଥାନରେ ଚଢଉ ହୋଇ ବିପୁଳ ପରିମାଣର ମଦ ଓ ଗଞ୍ଜେଇ ଜବତ ହେବା ସହିତ ଏଥିରେ ସଂପୃକ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

କୌଣସି ସୂତ୍ରରୁ ଖବର ପାଇ ପୁରୀ ଅବକାରୀ ବିଭାଗ ଏବଂ ବ୍ରହ୍ମପୁରର ଇଣ୍ଟେଲିଜେନ୍ସ ବ୍ୟୁରୋ ବିଭାଗର ମିଳିତ ଉଦ୍ୟମରେ ଚଢଉ ଜାରି ରହିଥିଲା । ପୁରୀ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବଳିଆପାଟପୁର, ପାଇକସାହି, ମାଲୁଦ ଏବଂ ପଥରଗଞ୍ଜ ଅଞ୍ଚଳରେ ଚଢଉ ହୋଇ ବିପୁଳ ପରିମାଣର ବେଆଇନ ଗଞ୍ଜେଇ ଓ ମଦ ଜବତ ହୋଇଥିଲା ।

ସୂତ୍ରରୁ ଜଣାପଡ଼ିଛି, ପ୍ରାୟ ୩୦୦ ଲିଟର ଦେଶୀ ମଦ, ୧୧୬ ବୋତଲ ବିୟର, ୨୫୨ ବୋତଲ ସ୍ଥାନୀୟ ବିଦେଶୀ ମଦ (ଆଇଏମଏଫଏଲ) ଏବଂ ୧୦ ଲିଟର ଅନ୍ୟ ମଦ ବିଭିନ୍ନ ସ୍ଥାନରେ ଜବତ ହୋଇଛି । ସେହିପରି ୨ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ ହୋଇଥିବାର ଜଣାପଡ଼ିଛି ।

Leave A Reply

Your email address will not be published.