Latest Odisha News

BREAKING NEWS

କେନ୍ଦୁଝରରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନଂ-୧୪୯ରେ ଇଭିଏମ୍ ବିତରଣ କେନ୍ଦ୍ର ନିକଟରେ ମୁତୟନ ହୋଇଥିବା ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।

ଚମ୍ପୁଆ ହାଇସ୍କୁଲର ଚତୃର୍ଥ ଶ୍ରେଣୀ କର୍ମଚାରୀ ଅଭୟ ସେଠୀ ଇଭିଏମ୍ ବିତରଣ କେନ୍ଦ୍ରରେ ଥବବାବେଳେ ହଠାତ୍ ଅସୁସ୍ଥତା ଅନୁଭବ କଲେ । ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା । ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି କେନ୍ଦୁଝର ଉପଜିଲ୍ଲାପାଳ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତ୍ି ।

Leave A Reply

Your email address will not be published.