Latest Odisha News

BREAKING NEWS

ଆରମ୍ଭ ହେଲା କୋଣାର୍କ ମହୋତ୍ସବ, ଭର୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋଣାର୍କ : ଆରମ୍ଭ ହେଲା କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୩୨ତମ କୋଣାର୍କ ମହୋତ୍ସବକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଉଦଘାଟନୀ ସଂଧ୍ୟାରେ ମାଧବୀ ମୁଦ୍‌ଗଲ ଓ ସାଥିଙ୍କ ଦ୍ବାରା ପରିବେଷିତ ଓଡ଼ିଶୀ ନୃତ୍ୟ ବେଶ୍ ଚିତ୍ତାକର୍ଷକ ହୋଇଥିଲା । କରୋନା କଟକଣା ମଧ୍ୟରେ କୋଣାର୍କ ମହୋତ୍ସବରେ ୬୦୦ ପର୍ଯ୍ୟଟକ ଯୋଗ ଦେଇଥିଲେ l ଆସନ୍ତା ୬ ତାରିଖରେ ଶେଷ ହେବ କୋଣାର୍କ ମହୋତ୍ସବ । କୋଣାର୍କ ମହୋତ୍ସବରେ କୋଭିଡ କଟକଣାକୁ ଗୁରୁତ୍ବ ଦିଆଯାଇଥିବା ବେଳେ, ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.