Latest Odisha News

BREAKING NEWS

ଜୁନିୟର ହକି ବିଶ୍ୱକପ: ସେମିରେ ଭାରତ

ଭୁବନେଶ୍ୱର: ଏଠାରେ ଚାଲିଥିବା ଜୁନିୟର ହକି ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟର ଫାଇନାଲ ମୁକାବିଲାରେ ଭାରତ ୧-୦ ଗୋଲରେ ବେଲଜିୟମକୁ ପରାସ୍ତ କରି ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଦଳ ପାଇଁ ବିଜୟସୂଚକ ଗୋଲଟି ମ୍ୟାଚର ୨୧ତମ ମିନିଟରେ ଶରଦାନନ୍ଦ ତିୱାରୀ ସ୍କୋର କରିଥିଲେ । ଏଥିସହ ବେଲଜିୟମ ବିପକ୍ଷରେ ଜୁନିୟର ବିଶ୍ୱକପରେ ଭାରତ ଅପରାଜେୟ ରହିଛି । ୫ଟି ମୁକାବିଲାରେ ସମସ୍ତ ମ୍ୟାଚ ଭାରତ ଜିତିଛି ।

ପୂର୍ବରୁ ଅନୁଷ୍ଠିତ ଅନ୍ୟ କ୍ୱାର୍ଟର ଫାଇନାଲ ମୁକାବିଲାରେ ଜର୍ମାନୀ ୩-୧ରେ ସ୍ପେନକୁ, ଆର୍ଜେଂଟିନା ୨-୧ରେ ନେଦରଲାଣ୍ଡକୁ, ଫ୍ରାନ୍ସ ୪-୦ରେ ମାଲେସିଆକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ପ୍ରଥମ ସେମିଫାଇନାଲରେ ଭାରତ-ଜର୍ମାନୀ ଏବଂ ଦ୍ୱିତୀୟରେ ଆର୍ଜେଂଟିନା-ଫ୍ରାନ୍ସ ପରସ୍ପରକୁ ଭେଟିବେ ।

Leave A Reply

Your email address will not be published.