Latest Odisha News

BREAKING NEWS

ମମତାଙ୍କୁ ଜବାବ ଦେଲା କଂଗ୍ରେସ: ଆମ ବିନା ବିଜେପିକୁ ହରାଇବା ସ୍ୱପ୍ନ ସଦୃଶ

ନୂଆଦିଲ୍ଲୀ: ବିଜେପିକୁ ହରାଇବା ନେଇ ସମସ୍ତ ବିରୋଧୀ ପାର୍ଟି ଧିରେ ଧିରେ ଏକଜୁଟ ହେଉଛନ୍ତି । ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏନସିପି ନେତା ଶରଦ ପାୱାରଙ୍କୁ ଭେଟି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ୟୁପିଏର ସତା ନାହିଁ କହି ମମତା ପରୋକ୍ଷରେ କଂଗ୍ରେସକୁ ଟାର୍ଗେଟ କରିଥିଲେ । ସମସ୍ତ ଦଳ ଏକାଠି ହେଲେ ବିଜେପିକୁ ହରାଇପାରିବା ବୋଲି ସେ କହିଥିଲେ ।

ତେବେ ଆଜି ଏ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା କେସି ଭେନୁଗୋପଳ, ସେ କହିଛନ୍ତି କଂଗ୍ରେସ ବିନା ବିଜେପିକୁ ହରାଇବା ସ୍ୱପ୍ନ ସଦୃଶ । ପଶ୍ଚିମବଙ୍ଗରେ ବିଜେପିକୁ ମାତ ଦେବା ପରେ ମମତା ବାନାର୍ଜୀ କେନ୍ଦ୍ର ରାଜନୀତିରେ ମୁଣ୍ଡ ଖେଳାଇବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.