Latest Odisha News

BREAKING NEWS

ଓଡିଶାର ୯ଟି ଜିଲ୍ଲାକୁ ଝଡବର୍ଷା ସହ ବଜ୍ରପାତର ସତର୍କ ସୂଚନା

ଭୁବନେଶ୍ୱର : ଓଡିଶାର ପ୍ରାୟ ୯ଟି ଜିଲ୍ଲାରେ ସନ୍ଧ୍ୟା ୬ଟା ୪୫ ସୁଦ୍ଧା ବର୍ଷା ଘଡଘଡି ଆଶଙ୍କା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

ବିଭାଗ ପକ୍ଷରୁ ନବରଙ୍ଗପୁର, କୋରାପୁଟ, ଗଞ୍ଜାମ, ଗଜପତି, ନୟାଗଡ, ଅନୁଗୁଳ, ଦେବଗଡ, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାକୁ ଆଲର୍ଟ ଜାରି କରିଛି ।

ଅପରାହ୍ନ ୩ଟା ୪୫ମି.ରୁ ସନ୍ଧ୍ୟା ୬ଟା ୪୫ମି. ଯାଏଁ ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.