Latest Odisha News

BREAKING NEWS

ରିଲିଜ ହେଲା ସଲମାନଙ୍କ ଅଭିନୀତ ‘ଭାରତ’ର ଟ୍ରେଲର

ମୁମ୍ବାଇ : ଦବଙ୍ଗ ଷ୍ଟାର୍ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଟ୍ରେଲର ରିଲିଜ୍ ହୋଇଯାଇଛି।

୩ମିନିଟ ୧୧ସେକେଣ୍ଡର ଟ୍ରେଲରରେ ସମସ୍ତ କଳାକାରଙ୍କ ଦମଦାର ଅଭିନୟ ସହ ଲଭ୍, ଇମୋଶନ, ଡ୍ରାମା ଭରପୂର ରହିଥିବା ବେଳେ ଏପ୍ରିଲ ୫ ତାରିଖରେ ଫିଲ୍ମଟି ପରଦାକୁ ଆସିବାକୁ ଯାଉଛି ।

ଏହି ଫିଲ୍ମରେ ସଲମାନ ‘ଭାରତ’ ଚରିତ୍ରରେ ଅଭିନୟ କରିଥିବା ବେଳେ ତାଙ୍କ ଅପୋଜିଟରେ କ୍ୟାଟ୍ରିନା ସ୍କ୍ରିନ ଶେୟାର କରିଛନ୍ତି।

ଟ୍ରେଲରର ଆରମ୍ଭରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଡାଏଲଗ ଦେଖିବାକୁ ମିଳିଥିବା ବେଳେ ଫିଲ୍ମ ‘ଭାରତ’ରେ ଜଣେ ବ୍ୟକ୍ତିଙ୍କ ଜୀବନର ୭୧ବର୍ଷର ରଙ୍ଗିନ ଯାତ୍ରାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

ଫିଲ୍ମରେ ଅଭିନେତା ସଲମାନଙ୍କ ସହ କ୍ୟାଟ୍ରିନା କେଫ୍, ଦିଶା ପଟାନୀ, ସୁନୀଲ ଗ୍ରୋବର ଓ ଜ୍ୟାକି ଶ୍ରଫଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଅଲ୍ଲୀ ଆବାସ୍ ଜାଫର ତୁଲାଇଛନ୍ତି।

Leave A Reply

Your email address will not be published.