ଭୁବନେଶ୍ୱର: ବଙ୍ଗୋପସାଗରରେ ଆଗକୁ ବଢୁଛି ବାତ୍ୟା । ସମୁଦ୍ର ଭିତରେ ଘୂରି ବୁଲୁଛି । ଅଧିକ ବଳ ଗୋଟାଇ ଉପକୂଳ ଆଡ଼େ ମାଡ଼ି ଆସୁଛି ଜଓ୍ୱାଦ୍ । ନିର୍ଦ୍ଦିଷ୍ଟ ଭାବରେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ଏଯାଏ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିନି । କିନ୍ତୁ ଆଜିଠୁ ପ୍ରଭାବ ଦେଖାଇବା ଆରମ୍ଭ କଲାଣି ବାତ୍ୟା । ଏବେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଆଗକୁ ବଢୁଛି ।
ଜଓ୍ୱାଦ୍ ଏବେ ବିଶାଖାପାଟଣାଠାରୁ ୨୫୦ କିଲୋମିଟର ଦକ୍ଷିଣପୂର୍ବ, ଗୋପାଳପୁରଠାରୁ ୩୬୦ କିଲୋମିଟର ଦକ୍ଷିଣ ଦିଗରେ କେନ୍ଦ୍ରୀଭୂତ ଅଛି । ପୁରୀଠାରୁ ୪୩୦ କିଲୋମିଟର ଦକ୍ଷଣ-ଦକ୍ଷିଣ ପଶ୍ଚିମ ଓ ପାରାଦୀପଠାରୁ ୫୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ଅଛି ବାତ୍ୟା ।
ଆଜି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ । ତାପରେ ରିକର୍ଭ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଆଗକୁ ଅଗ୍ରସର ହେବ । କାଲି ମଧ୍ୟାହ୍ନରେ ଓଡ଼ିଶା ଉପକୂଳର ପୁରୀ ନିକଟରେ ଜଓ୍ୱାଦ ପହଞ୍ଚିବ । ତେବେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ କି ନାହିଁ ସ୍ପଷ୍ଟ ହୋଇନି ।ପୁରୀ ପାଖରେ ପହଞ୍ଚିବା ପରେ ଦୁର୍ବଳ ପଡ଼ିବ ଓ ପଶ୍ଚିମବଙ୍ଗ ମୁହାଁ ହେବ ।
The Cyclonic Storm ‘JAWAD’ over westcentral Bay of Bengal lay centered at 2330 hrs IST of yesterday, the 03rd December 2021, over westcentral Bay of Bengal about 250 km southeast of Vishakhapatnam, 430 km south-southwest of Puri and 510 km south-southwest of Paradip . pic.twitter.com/6dN6QjZCqC
— India Meteorological Department (@Indiametdept) December 3, 2021
ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଛି ବର୍ଷା । ଆଜି ପାଇଁ ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ୬ ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ ରାୟଗଡ଼ାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ସେହିପରି ବାତ୍ୟା ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୭୦-୮୦ କିଲୋମିଟର ଓ ଏହା ବଢ଼ି ସର୍ବାଧିକ ୧୦୫ କିଲୋମିଟର ଛୁଇଁପାରେ ।
Comments are closed.